Latest

ତାଲିବାନକୁ ବ୍ୟାନ୍ କଲା ଫେସ୍‌ବୁକ୍‌,

Posted on

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ ହାତ ଗଣତି କିଛି ଦେଶକୁ ଛାଡ଼ି ଦେଲେ ଏବେ ସବୁ ଦେଶ ତାଲିବାନ୍‌କୁ ବ୍ୟାନ୍ କରୁଥିବା ଦେଖାଯାଇଛି। ତେବେ କେବଳ ଦେଶ ନୁହେଁ, ଏବେ ସୋସିଆଲ ମିଡିଆ ସାଇଟ୍ ବି ତାଲିବାନ୍‌କୁ ନିଷିଦ୍ଧ କରିଛନ୍ତି। ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍ ଫେସ୍‌ବୁକ୍ ତାଲିବାନ ଓ ତାଙ୍କ ମଞ୍ଚ ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ସମସ୍ତ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି।

ଫେସ୍‌ବୁକ ପକ୍ଷରୁ କୁହାଯାଇଛି ଯେ ସେ ତାଲିବାନକୁ ଏକ ଆତଙ୍କବାଦୀ ସଂଗଠନ ବୋଲି ମାନନ୍ତି। ଏଣୁ ତାଙ୍କ ସହ ସମ୍ପୃକ୍ତ ସମସ୍ତ କଣ୍ଟେଣ୍ଟ, ପୋଷ୍ଟ, ଫଟୋ ଓ ଭିଡିଓ ଆଦି ଉପରେ କଡ଼ା ନଜର ରଖାଯାଉଛି। ତାଲିବାନ ସହ ସମ୍ପୃକ୍ତ କୌଣସି କଣ୍ଟେଣ୍ଟ ଯଦି ଫେସ୍‌ବୁକ୍‌ରେ କେହି ପୋଷ୍ଟ କରନ୍ତି ତେବେ ତାକୁ ତୁରନ୍ତ ହଟାଇବାକୁ ଏକ ସ୍ୱତନ୍ତ୍ର ଆଫଗାନୀ ବିଶେଷଜ୍ଞଙ୍କ ଟିମ୍ ଗଠନ କରାଯାଇଛି। ଉକ୍ତ ଟିମ୍ ତାଲିବାନକୁ ଫେସ୍‌ବୁକ୍‌ରେ ରୋକିବ।

ଫେସ୍‌ବୁକ୍ କହିଛି ଯେ ଆମ ପାଖରେ ଥିବା ଆଫଗାନୀ ବିଶେଷଜ୍ଞଙ୍କ ଟିମ୍ ସମସ୍ତ ଆଫଗାନୀ ଦେଶୀ ଭାଷା ବିଷୟରେ ଜ୍ଞାନ ରଖିଛନ୍ତି। ସେମାନେ ଆମ ମଞ୍ଚରେ କୌଣସି ଆତଙ୍କବାଦୀ କାର‌୍ୟ୍ୟକଳାପକୁ ଅବିଳମ୍ବେ ରୋକିପାରିବେ। ସୂଚନାଯୋଗ୍ୟ ଯେ ତାଲିବାନୀମାନେ ନିଜ ଆତଙ୍କବାଦୀ କାର‌୍ୟ୍ୟକଳାପର ପ୍ରଚାର ପ୍ରସାର ପାଇଁ ଫେସ୍‌ବୁକ୍ ବ୍ୟବହାର କରିଥାନ୍ତି। କିନ୍ତୁ ଫେସ୍‌ବୁକ୍ ଏବେ ତାଲିବାନ୍‌କୁ ବ୍ୟାନ୍ କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version