ରାଜ୍ୟ

ଆସନ୍ତାକାଲିଠୁ ଚାଷୀ ନେତା ଅକ୍ଷୟ କରିବେ ଆମରଣ ଅନଶନ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ):ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀ ନେତା ଅକ୍ଷୟ କୁମାର ଆସନ୍ତାକାଲିଠୁ ଆମରଣ ଅନଶନରେ ବସିବେ।ନବନିର୍ମାଣ କୃଷକ ସମିତିର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହି ସୂଚନା ଦେଇଛନ୍ତି।
ଶ୍ରୀ କୁମାର ତାଙ୍କ ଚିଠିରେ ଲେଖିଛନ୍ତି ଯେ,ଚାଷୀଙ୍କ ପାଇଁ କୌଣସି ଭତା ଓ ପେନସନ ବ୍ୟବସ୍ଥା ନହେବା ଯୋଗୁ ଚାଷୀଟିଏ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନରୁ ବଂଚିତ ହେଉଛି।ସେ ରାଜ୍ୟର ୩୬ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ହଜାର ଟଙ୍କାର ପେନସନ ହିସାବରେ ରାଜକୋଷରୁ ୨୧,୬୦୦କୋଟି ଟଙ୍କା ଖର୍ଚ୍ଚ ପାଇଁ ତୁରନ୍ତ ପ୍ରାବଧାନ କରିବାକୁ କହିଛନ୍ତି।ରାଜ୍ୟରେ ଇଞ୍ଜିନିୟର,ଡାକ୍ତର,ପୁଲିସ ସମସ୍ତଙ୍କ ପାଇଁ ପେନସନ ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଏହି ପେନସନ ଲାଗୁ ନକରିବା ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ଯଦି ବାସ୍ତବରେ ଚାଷୀଙ୍କ ସମସ୍ୟାର ସମାଧାନ ଚାହୁଁଛନ୍ତି ତା’ହେଲେ ମନ୍ତ୍ରିସ୍ତରୀୟ କମିଟି ବୈଠକ ଓ ଆଲୋଚନା ପରିବର୍ତେ ପ୍ରଥମେ ଅଧ୍ୟାଦେଶ ଆଣିବା ଆବଶ୍ୟକ।ଏହାପରେ ଆଲୋଚନା ହୋଇପାରିବ।

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିସ୍ତରୀୟ କମିଟିକୁ ସେ ନାପସନ୍ଦ କରିବା ସହ ବିଗତ ଦିନରେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କିରବାକୁ ସରକାର ଯେଉଁ ନୀତି ଆପଣାଇଛନ୍ତି ତାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ନାଗରିକର କଥା କହିବାର ମୌଳିକ ଅଧିକାରକୁ ଲୁଣ୍ଠନ କରିଛି। ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ସେ ଏହି ଆମରଣ ଅନଶନ କରୁଛନ୍ତି ବୋଲି ଶ୍ରୀ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version