ରାଜ୍ୟ

୨୪ରେ ପ୍ରଧାନମନ୍ତ୍ରୀଙ୍କୁ ଓ ୮ରେ ରାଜଭବନ ଘେରାଉ କରିବେ ଚାଷୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତବେଳେ ତାଙ୍କୁ ଖୋର୍ଦ୍ଧାରେ ୨ହଜାର ଚାଷୀ ଭେଟିବା ସହ ଜାନୁୟାରୀ ୮ ତାରିଖରେ ଚାଷୀମାନେ ରାଜଭବନ ଘେରାଉ କରିବେ ବୋଲି ନବ ନିର୍ମାଣ କୃଷକ ସଂଗଠନ ଘୋଷଣା କରିଛି।

ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର କହିଛନ୍ତି, ‘ବର୍ତ୍ତମାନ ନିର୍ବାଚନୀ ହାୱା ବହୁଥିବାରୁ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଖୋର୍ଦ୍ଧାରେ ସମାବେଶ କରିବେ। ସେହିପରି ଜାନୁୟାରୀ ୮ରେ ବିଜୁ ଜନତା ଦଳ (ବିଜେଡ଼ି) ଦିଲ୍ଲୀ ଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ପାଇଁ ସେଠି ସମାବେଶ କରିବ।ଏ ଦିଲ୍ଲୀ ଓ ଭୁବନେଶ୍ୱର ସମାବେଶ ନାଟକବାଜି ଛାଡ଼ି ବିଜେପି ବିଜେଡି ଚାଷୀଙ୍କ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ।’
ଜାନୁୟାରୀ ୮ରେ ବିଜେଡି ଦିଲ୍ଲୀ ଗଲେ ଏଠି ନବନିର୍ମାଣ କୃଷକ ସଂଗଠନ ରାଜଭବନ ଆଗରେ ୨୦୦୦ ଲୋକଙ୍କୁ ଏକତ୍ର କରି ଆନ୍ଦୋଳନ କରିବ ଏବଂ ସ୍ମାରକପତ୍ର ଦେବାକୁ ଠିକ୍ କରିଛି। ସେହିପରି ମୋଦି ୨୪ରେ ଓଡ଼ିଶା ଆସିଲେ ତାଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯିବ ବୋଲି ଅକ୍ଷୟ କହିଛନ୍ତି।
ଅକ୍ଷୟ କୁମାର ଆହୁରି କହିଛନ୍ତି, ‘ଚାଷୀ ସୁରକ୍ଷା ଭତ୍ତାକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ବିଜେଡି ଦିଲ୍ଲୀ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଗସ୍ତ କରିବେ। ଏଭଳି ସମୟରେ ଏହି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଚାଷୀଙ୍କ ସ୍ୱାର୍ଥ, ସେମାନଙ୍କୁ ଉଚିତ ପ୍ରାଇସ୍, ପ୍ରେଷ୍ଟିଜ୍ ଏବଂ ପେନ୍‌ସନ୍‌କୁ ନେଇ କେତେ ସମ୍ବେଦନଶୀଳ ତାହା ସ୍ପଷ୍ଟ କରନ୍ତୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version