ରାଜ୍ୟ

ଚାଷୀଙ୍କୁ ଅବହେଳାର ଫଳ ଭୋଗିଲା ବିଜେପି : ନବୀନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିସକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଯୋଗୁ ଦଳକୁ କୃଷିଭିତ୍ତିକ ରାଜ୍ୟରେ ଏଭଳି ଦଶା ଭୋଗିବାକୁ ପଡ଼ିଲା।” “ଆମେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିରେ କାଏମ୍ ରହିଛୁ। ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ମହାନଦୀ ଜଳବିବାଦର ସମସ୍ୟା ସମାଧାନ ହେବ ବୋଲି ଆମେ ଆଶାବାଦୀ” ବୋଲି ନବୀନ କହିଛନ୍ତି।
ଆଜି ୫ ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି। ଏଥର ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ବଡ଼ ଝଟ୍‌କା ଲାଗିଛି। ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଶେଷ ଖବର ସୁଦ୍ଧା କଂଗ୍ରେସ ୧୧୧ ଓ ବିଜେପି ୧୧୦ ସିଟରେ ଆଗୁଆ ଅଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version