ରାଜ୍ୟ

୫ ଜିଲ୍ଲାର ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ମାସକର ଭତ୍ତା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ‘ଫୋନି’ ବାତ୍ୟା ପ୍ରଭାବିତ ୫ଟି ଜିଲ୍ଲାର ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ପୁଣିଥରେ ଅତିରିକ୍ତ ମାସକର ଭତ୍ତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ଗୋଟିଏ ମାସର ଅତିରିକ୍ତ ଭତ୍ତା ମିଳିବ। ଏହି ଅତିରିକ୍ତ ଭତ୍ତା ବାବଦରେ ରାଜ୍ୟ ସରକାର ୪୮.୯୧ କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ, ପୂର୍ବରୁ ମେ’ ମାସରେ ରାଜ୍ୟ ସରକାର ଏହି ପ୍ରଭାବିତ ଜିଲ୍ଲାର ଭତ୍ତା ନେଉଥିବା ହିତାଧିକାରୀଙ୍କୁ ଅତିରିକ୍ତ ମାସକର ଭତ୍ତା ଦେଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version