ରାଜ୍ୟ
ସଚିବାଳୟ କର୍ମଚାରୀଙ୍କ ପୂଜା ଛୁଟି ବାତିଲ
ଭୁବନେଶ୍ୱର:ସାମୁଦ୍ରିକ ଝଡ଼ ‘ତିତଲି’ ପରବର୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଚିବାଳୟ ଓ ବିଭାଗୀୟ ମୁଖ୍ୟ ଦପ୍ତରର ସମସ୍ତ ଅଫିସରଙ୍କ ପୂଜା ଛୁଟିକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ଏହାବ୍ୟତୀତ ଯେଉଁ ଅଫିସରମାନେ ପୂର୍ବରୁ ପୂଜା ଛୁଟିରେ ଯିବା ପାଇଁ ଅନୁମତି ପାଇଥିଲେ ତାକୁ ମଧ୍ୟ ରଦ୍ଦ କରାଯାଇଛି । ପୂଜା ଛୁଟିବେଳେ ସରକାରୀ କାର୍ଯ୍ୟ ଯେଭଳି ବ୍ୟାଘାତ ନହେବ ସେଥିପାଇଁ ରୋଷ୍ଟର ଡ୍ୟୁଟିର ବ୍ୟବସ୍ଥା କରିବା ନିମନ୍ତେ ସମସ୍ତ ବିଭାଗୀୟ ସଚିବ ଓ ଆରଡିସିଙ୍କୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏକେକେ ମୀନା ଆଜି ଚିଠି ଲେଖି ଅବଗତ କରିଛନ୍ତି ।