ରାଜ୍ୟ
ବିଶ୍ୱକପ ହକି ପାଇଁ ସରକାରୀ ଛୁଟି
ଭୁବନେଶ୍ୱର(ଓଡବ୍ଲ୍ୟୁ):ବିଶ୍ୱକପ୍ ପୁରୁଷ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।୨୭ ତାରିଖରେ ଭୁବନେଶ୍ୱରରେ ଉଦ୍ଘାଟନୀ ଉତ୍ସବ ହେବାକୁ ଥିବା ବେଳେ ଏହି ଦିନ ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ସେହିପରି ଏହି ଦିନ ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଅପରାହ୍ନ ସାଢ଼େ ଗୋଟାଏରୁ ଛୁଟି ହେବ।ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସାଢ଼େ ଗୋଟାଏରୁ ଛୁଟି ହୋଇଯିବ।୨୮ ତାରିଖରେ କଟକରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ।ଏହି ଦିନ ସହରର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ୍ ସାଢ଼େ ଗୋଟେରୁ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଆଜି ହକି ଛୁଟି ନେଇ ସୂଚନା ଜାରି କରାଯାଇଛି।