ରାଜ୍ୟ

କନେଷ୍ଟବଳ ଓ ହାବିଲଦାର କରିବେ ତଦନ୍ତ: ଡିଜିପି

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ରାଜ୍ୟରେ ଗ୍ରାଜୁଏଟ କନେଷ୍ଟବଳ ଓ ହାବିଲଦାରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବ ବୋଲି ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ଏଣିକି କନଷ୍ଟେବଳ, ହାବିଲଦାରମାନେ ତଦନ୍ତ କରିପାରିବେ । ଅତ୍ୟଧିକ ମାମଲା ଯୋଗୁଁ ପୁଲିସ ଉପରେ ଚାପ ବଢଛି । ଧାର‌୍ୟ୍ୟ ସଂଖ୍ୟକ କର୍ମଚାରୀ ନଥିବାରୁ ତଦନ୍ତ ପ୍ରଭାବିତ ମଧ୍ୟ ହେଇଛି । କର୍ମଚାରୀ ଅଭାବରୁ ତଦନ୍ତ କ୍ୱାଲିଟେଟିଭ ମଧ୍ୟ ହୋଇପାରୁ ନାହିଁ । ପୁଲିସ ତଦନ୍ତ ଠିକ ଭାବେ କରିପାରୁନଥିବା ଶ୍ରୀ ଶର୍ମା କହିଛନ୍ତି । ତଦନ୍ତ ଠିକ ଭାବେ କରି ହେଉନଥିିବାରୁ ଦୋଷ ପ୍ରମାଣିତ ହୋଇପାରୁନି । ଦୋଷ ପ୍ରମାଣ ହାରରେ ଆମେ ଦେଶରେ ସର୍ବନିମ୍ନ ସ୍ତରରେ ରହିଛୁ ବୋଲି କହିଥିଲେ । ସେଥିଲାଗି ଏଣିକି କନଷ୍ଟେବଳ, ହାବିଲଦାରମାନେ ତଦନ୍ତ କରିପାରିବେ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ତେବେ କେବଳ ଯୋଗ୍ୟତା ସମ୍ପନ୍ନ କନଷ୍ଟେବଳମାନେ ହିଁ ତଦନ୍ତ କରିପାରିବେ । ଘଟଣା ସ୍ଥଳକୁ ତଦନ୍ତ ସହ ଅଭିଯୁକ୍ତକୁ ଗିରଫ ମଧ୍ୟ କରିପାରିବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version