Latest
ହରନାଜ ସନ୍ଧୁ ଜିତିଲେ ମିସ୍ ୟୁନିଭର୍ସ ମୁକୁଟ
ଭାରତକୁ ମିଳିଲା ମିସ ୟୁନିଭର୍ସ ଟାଇଟେଲ । ୨୧ ବର୍ଷ ପରେ ଭାରତକୁ ମିଳିଲା ମିସ୍ ୟୁନିଭର୍ସ ମୁକୁଟ। ପଞ୍ଜାବର ୨୧ ବର୍ଷୀୟା ହରନାଜ ସନ୍ଧୁ ହେଲେ ମିସ୍ ୟୁନିଭର୍ସ।
ଇସ୍ରାୟିଲର ଇଲାଟରେ ୭୦ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।୮୦ ଜଣ ସୁନ୍ଦରୀ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ ଜିତିଲେ ହରନାଜ। ୨୦୦୦ ମସିହାରେ ଲାରା ଦତ୍ତ ମିସ୍ ୟୁନିଭର୍ସ ଟାଇଟେଲ ଜିତିଥିଲେ।
ଚଣ୍ଡିଗଡ଼ର ଝିଅ ହେଉଛନ୍ତି ହରନାଜ ସାନ୍ଧୁ । ସେ ମିସ୍ ଡିଭା ୟୁନିଭର୍ସ ୨୦୨୧ ରହିଥିଲେ । ଏଥର ଇସ୍ରାଲ୍ରେ ହେବାକୁ ଥିବା ୭୦ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଏହି ତନୁପାତେଳୀ ସୁନ୍ଦରୀ ଅନ୍ୟ ଦେଶରୁ ଆସିଥିବା ୮୦ ଜଣ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ଏବେ ବିଜେତା ହେରଇଛନ୍ତି ।
ଚଣ୍ଡିଗଡ଼ର ସିବାଲିକ ପବ୍ଲିକ ସ୍କୁଲରେ ପାଠ ପଢ଼ା ଆରମ୍ଭ କରିଥିଲେ । ଗୋଟିଏ ବଡ଼ ଚାଷୀ ପରିବାରରୁ ଆସିଛନ୍ତି ହରନାଜ । ଗ୍ରାଜୁଏସ୍ ପରେ ଏବେ ମାଷ୍ଟର ଡିଗ୍ରୀ କରୁଛନ୍ତି । ତାଙ୍କୁ ବିଭିନ୍ନ ଜାଗା ବୁଲିବାକୁ ଭଲ ଲାଗେ । ଆଉ ଅଧିକାଂଶ ମଡେଲଙ୍କ ଭଳି ତାଙ୍କର ମଧ୍ୟ ଖୁବ୍ ଆଗ୍ରହ ରହିଛି ବଲିଉଡ୍ ଫିଲ୍ମରେ ଅଭିନୟ କରିବା ପାଇଁ ।ଏପଟେ ମଡେଲିଂକୁ ପେସା ଭାବେ ଗ୍ରହଣ କରିଛନ୍ତି । ୨୦୧୭ରେ ସେ ପ୍ରଥମେ କଲେଜର ଏକ ଷ୍ଟେଜ ସୋ’ରେ ଭାଗ ନେଇଥିଲେ । ତା ପରେ ଆଉ ଅଟକି ନାହାନ୍ତି । ହରନାଜ ଘୋଡ଼ା ଚାଳନା, ସନ୍ତରଣ, ଅଭିନୟ ଏବଂ ନୃତ୍ୟ ଆଦିରେ ବେଶ୍ ଦକ୍ଷତା ରଖିଛନ୍ତି ।