ରାଜ୍ୟ

ବିଶ୍ୱକପ୍ ହକି : ସାମିଲ ହେଲେ ସଲମାନ ଓ ରହେମାନ, କମ୍ପିଲା ବାରବାଟୀ

Posted on

କଟକ (ଓଡବ୍ଲ୍ୟୁ):ବିଶ୍ୱକପ୍ ହକିର ଉଦଘାଟନୀ ସମାରୋହ ବାରବାଟୀ ଷ୍ଟାଡ଼ିୟମ ପରିସରରେ ପାଳିତ ହୋଇଛି । ଭୁବନେଶ୍ୱର ଭଳି କଟକର ବାରବାଟୀ ଷ୍ଟାଡ଼ିୟମ ମଧ୍ୟରେ ବି ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା।ସଙ୍ଗୀତ ନିର୍ଦ୍ଦେଶକ ଏଆର ରହେମାନ ଓ ବଲିଉଡ ଅଭିନେତା ସଲମାନ ଖାନଙ୍କ ଉପସ୍ଥିତିରେ ବିଶ୍ୱକପ୍ ହକି ସେଲିବ୍ରେସନ ପାଳିତ ହୋଇଥିଲା।ପ୍ରଥମେ ଓଲିଉଡ କଳାକାରଙ୍କ କମାଲ,ପରେପରେ ଏଆାର ରହେମାନଙ୍କ ସଂଗୀତର ଯାଦୁ ଏବଂ ବଲିଉଡର ଭାଇଜାନ୍ ସଲମାନ ଖାଁଙ୍କ ଚମକ।
ଷ୍ଟାଡିୟମରେ ୩୦ହଜାରରୁ ଅଧିକ ଦର୍ଶକଙ୍କ କରତାଳିରେ କମ୍ପି ଉଠିଥିଲା ବାରବାଟୀ। ଅଭିନବ ଢଙ୍ଗରେ ମୋବାଇଲ ଫୋନର ଲାଇଟ ଜଳି ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ‘ହକି ବିଶ୍ବକପ୍‌ ଆୟୋଜନକୁ ନେଇ ଆପଣମାନେ ଖୁସି ତ?ମୁଁ ବହୁତ ଖୁସି?ବୋଲି କହିବା ସହ ଭାରତୀୟ ହକି ଦଳକୁ ବିଜୟର ଶୁଭେଚ୍ଛା ଜଣାଇଥିଲେ। ୧୯୭୫ ବିଶ୍ବକପ ପୁରୁଷ ହକିର ଚାମ୍ପିଅନ ଭାରତୀୟ ଦଳର ଖେଳାଳି ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।ପରେ ଏ.ଆର. ରହେମାନ ଏବଂ ସଲମାନ ଖାଁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ।

ସଲମାନ ଖାଁ ଅଳ୍ପ ସମୟ ମଞ୍ଚରେ ରହିଥିଲେ ବି ଦର୍ଶକଙ୍କ ମଧ୍ୟରେ ‌ଉତ୍ସାହ ଭରି ଦେଇଥିଲେ। ‘କଟକର ଆଳୁଦମ ଦହିବରା ଖାଇବି। କଟକ ନିଆରା ଭାଇଚାରାର ପ୍ରତୀକ ବୋଲି ମଞ୍ଚରେ ସଲମାନ ଖାଁ କହିବା ସହ ଓଡ଼ିଆରେ ‘କଟକର ଭାଇ ଭଉଣୀ ମାନଙ୍କୁ ନମସ୍କାର, ବାଲିଯାତ୍ରା କେମିତି ଚାଲିଛି, ଜୟ ଜଗନ୍ନାଥ’ କହିଥିଲେ । ସଲମାନ ମଧ୍ୟ କେତୋଟି ହିନ୍ଦୀ ଗୀତର ପଦ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ।

ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ସ୍ବାଗତ ଭା‌ଷଣ ପ୍ରଦାନ କରିଥିବା ବେଳେ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version