ରାଜ୍ୟ

ମୁଣ୍ଡ ନୁଆଁଇଲେ ଆୟର,ହାଜର ପାଇଁ ପୁଣି ନୋଟିସ

Posted on

ଭୁବନେଶ୍ୱର: ଓଡ଼ିଶା,କୋଣାର୍କ ମନ୍ଦିର,ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ଶେଷରେ ମୁଣ୍ଡ ନୁଆଁଇଛନ୍ତି।ବିଧାୟକମାନଙ୍କ ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ସେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଇ-ମେଲ୍ ପଠାଇ ନିଃସର୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।ମାତ୍ର ସ୍ୱାଧିକାର ଭଙ୍ଗ ମାମଲାରେ ବିଧାନସଭା ସ୍ୱତନ୍ତ ଗୃହ କମିଟି ଆଗରେ ଆଜି ହାଜର ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ ସେ ଉପସ୍ଥିତ ହୋଇନାହାନ୍ତି।ଏହି କାରଣରୁ ତାଙ୍କୁ ପୁଣିଥରେ ନୋଟିସ ପଠାଯାଇଛି।ତାଙ୍କୁ ଅକ୍ଟୋବର ୨୩ ତାରିଖ ପୂର୍ବାହ୍ନ ୧୧ଟାବେଳେ ଗୃହ କମିଟି ଆଗରେ ବ୍ୟକ୍ତିଗତ ହାଜର ପାଇଁ ନୋଟିସ ଜାରି ହୋଇଛି।
ଆଜି ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆୟର ହାଜର ହୋଇନଥିଲେ।ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ନରସିଂହ ମିଶ୍ର କହିଛନ୍ତି ଯେ, ଅଭିଜିତ୍ ଗୋଟିଏ ମେଲ୍ ପଠାଇ ଆଜି ହାଜର ହେବେ ବୋଲି କହିଥିଲେ।ଅନ୍ୟ ଗୋଟିଏ ମେଲରେ ସେ ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଇ-ମେଲରେ ଅଭିଜିତ୍ ଲେଖିଛନ୍ତି ଯେ ସେ ଅକ୍ଷମଣୀୟ ଅପରାଧ କରିଛନ୍ତି।ସେଥିପାଇଁ ସେ କ୍ଷମା ମାଗୁଛନ୍ତି ଓ ତାଙ୍କୁ କ୍ଷମା ଦିଆଯାଉ। ଓଡ଼ିଶାରେ ବାତ୍ୟା ହେବ ବୋଲି ପ୍ରଚାର ହୋଇଥିବାରୁ ବୋଧହୁଏ ଆଜି ସେ ଆସିନାହାନ୍ତି।ତାଙ୍କୁ ପୁଣିଥରେ ନୋଟିସ ପଠାଯାଇଛି ଓ ୨୩ତାରିଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version