Latest

ଟିକା ନେବା ପାଇଁ ଡାକ୍ତରଖାନା ସମ୍ମୁଖରେ ଶହଶହ ଲୋକଙ୍କ ଭିଡ଼

Posted on

ଆଠଗଡ଼ (ଓଡ଼ିଶା ୱେୟାର): ଡାକ୍ତରଖାନାରୁ ଆସିଛି ମାତ୍ର ୧୨୦ କରୋନା ଟିକା। ହେଲେ ଟିକା ନେବା ପାଇଁ ଡାକ୍ତରଖାନା ସମ୍ମୁଖରେ ଶହଶହ ଲୋକଙ୍କ ଭିଡ଼ ଜମିଛି। କିଏ ଆଗେ ଟିକା ନେବ ସେନେଇ ଲୋକଙ୍କ ମଧ୍ୟରେ ଠେଲାଠେଲି ବି ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକର ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ।

ସୂଚନାଅନୁସାରେ, ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୨୦ ଡୋଜ କରୋନା ଟିକା ଆସିଛି। ହେଲେ ଆଜି ସକାଳୁ ସକାଳୁ ଡାକ୍ତରଖାନାରେ ସମ୍ମୁଖରେ ଶହଶହ ଲୋକଙ୍କ ଭିଡ଼ ଜମିବା ସହ ଠେଲାପେଲା ହୋଇଥିଲା। ଏଥିପାଇଁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ଘଟଣାସ୍ଥଳରେ ପୁଲିସ ମୁୟତନ କରାଯାଇଛି। ଏପରି ଅବ୍ୟବସ୍ଥା ପାଇଁ ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବକୁ ଦାୟୀ କରିଛନ୍ତି।

ଗୁରୁଡିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ରମେଶ ଚନ୍ଦ୍ର ସିଂ କହିଛନ୍ତି, ମେଡିକାଲକୁ ଅଧିକ କରୋନା ଟିକା ଯୋଗାଇ ଦିଆଯାଉ। ଏହାସହ ଟିକାଦେବା ପାଇଁ ଷ୍ଟାପଙ୍କ ସଂଖ୍ୟା ବଢ଼ାଯାଉ। ଏଭଳି କଲେ ସମସ୍ୟାର ସମାଧାନ ହେବ। ସମସ୍ତେ ଟିକା ନେଇପାରିବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version