ଭୁବନେଶ୍ୱର (ଓଡ଼ିଶା ୱେୟାର) : ପଞ୍ଚାୟତ ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ପରେ ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଦଳ ୩୦ରୁ ୩୦ ଆସନକୁ ନିଜ କବ୍ଜାକୁ ନେଇଛି । ପ୍ରଥମଥର ପାଇଁ ଏଭଳି ଐତିହାସିକ ସଫଳତା ପାଇଛି । ବିଜେଡି ଏପରିକି ଗତଥର ବିଜେଡି ଯେଉଁ ଜିଲ୍ଲାରେ ମାତ୍ ଖାଇଥିଲା ଏଥର ସେହି ସବୁ ଜିଲ୍ଲାରେ ବହୁ ବ୍ୟବଧାନରେ ବିଜୟୀ ହୋଇଛି। ବିଜେଡି ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୮୫୩ ଜିଲ୍ଲା ପରିଷଦ ଜୋନରୁ ୮୫୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜେଡି ଏକତରଫା ଭାବେ ୭୬୬ ଜୋନରେ ବିଜୟ ଲାଭ କରିଥିଲା ବିରୋଧୀ ବିଜେପି ୪୨ଟି, ଓ କଂଗ୍ରେସକୁ ୩୭ଟି ଆସନ ମିଳିଥିବା ବେଳେ ୭ଟି ଆସନ ଅନ୍ୟାନ୍ୟ ଖାତାକୁ ଯାଇଥିଲା ।
ବିଜେଡି ହାତରେ ୨୭୭ ବ୍ଲକର ଅଧ୍ୟକ୍ଷ ପଦ ରହିଛି । ମୋଟ ଅ।ସନର ପ୍ରାୟ ୮୯ ପ୍ରତିଶତ ଆସନ ଶାସକ ଦଳ ନିଜ ହାତକୁ ନେଇଛି। ରାଜ୍ୟରେ ଥିବା ୩୧୪ ବ୍ଲକ ମଧ୍ୟରୁ କେବଳ ବିଜେଡି ୨୭୭ଟି ବ୍ଲକରେ ଅଧ୍ୟକ୍ଷ ପଦ ହାତେଇଥିବା ଦଳ ପକ୍ଷରୁ ଦାବି କରାଯାଇଛି ।୨୧ଟିରେ ବିଜେପି, ୧୩ଟିରେ କଂଗ୍ରେସ ଏବଂ ସିପିଆଇ(ଏମ୍) ଖାତାକୁ ଯାଇଛି । ୩ଟି ଆସନ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ବଡ଼ ବ୍ୟବଧାନରେ ବିଜୟ ହୋଇଥିବାବେଳେ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଦଳକୁ ପ୍ରାୟ ୮୯ପ୍ରତିଶତ ବ୍ଲକରେ ଶାସନ ଦାୟିତ୍ୱ ମିଳିଥିବା ଦାବି କରାଯାଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ୧୭ଟି ଜିଲ୍ଲାରେ ବିଜେପି ଗୋଟିଏ ହେଲେ ବ୍ଲକ ଅଧ୍ୟକ୍ଷ ହାତେଇ ପାରିନାହିଁ। ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ପହ ହାତେଇବାରେ ସଫଳ ହୋଇନାହିଁ ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...