Latest

କାନ୍ଦାହାର ସହରରେ ତାଲିବାନର ବଡ଼ ପଦକ୍ଷେପ, ଶତାଧିକ ବନ୍ଦୀ ମୁକ୍ତ

Posted on

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ ଆକ୍ରମଣ ଜାରି ରଖିଛି । ଆଫଗାନିସ୍ତାନର ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ ଅକ୍ତିଆରକୁ ନେଇ ସାରିଲାଣି । କ୍ରମାଗତ ଭାବେ ଆଫଗାନିସ୍ତାନ ଉପରେ ଆକ୍ରମଣ ଜାରି ରଖିଛି । ଆଗାମୀ ୩୦ରୁ ୯୦ ଦିନ ମଧ୍ୟରେ ଆଫଗାନିସ୍ତାନକୁ ତାଲିବାନ ତା ଅକ୍ତିଆରକୁ ନେଇ ଯାଇପାରେ ବୋଲି ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ଜୋର ଧରିଛି । ଏହି କ୍ରମରେ ଆଜି ଆଫଗାନିସ୍ତାନର କାନ୍ଦାହାର ସହରରୁ ନିଜ ଅକ୍ତିଆରକୁ ନେଇଛି ।
କାନ୍ଦାହାର ସହରର ସେଣ୍ଟ୍ରାଲ ଜେଲ ଉପରେ ଆକ୍ରମଣ କରି ଶତାଧିକ ବନ୍ଦୀଙ୍କୁ ମୁକ୍ତି କରିଛି ତାଲିବାନ । ଫଳରେ ଜେଲରେ ଥିବା ଶତାଧିକ ରାଜନୈତିକ କଏଦୀ ମୁକ୍ତ ହୋଇଛନ୍ତି । ଏହି ସମୟର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଏନେଇ ତାଲିବାନୀ ପ୍ରବକ୍ତା କାରି ୟୁସୁଫ ଅହମ୍ମଦୀ କହିଛନ୍ତି କି ବୁଧବାର କାନ୍ଧାର ସେଣ୍ଟ୍ରାଲ ଜେଲକୁ ନିଜ ଅକ୍ତିଆରକୁ ନେଇଛୁ ।
ତେବେ ତାଲିବାନର ଏହା ପ୍ରଥମ ଜେଲ ଅକ୍ତିଆର ନୁହେଁ । ଏହା ପୂର୍ବରୁ ସରପୋସା ଜେଲକୁ ନିଜ ଅକ୍ତିଆରକୁ ନେଇ ସେଠାରୁ ବନ୍ଦୀଙ୍କୁ ମୁକ୍ତ କରିଥିଲା ତାଲିବାନ । ୨୦୦୮ ଓ ୨୦୧୧ ମସିହାରେ ମଧ୍ୟ ଆଫଗାନିସ୍ତାନର ଜେଲ ଉପରେ ତାଲିବାନ ଆକ୍ରମଣ କରିଥିବା ଜଣାଯାଏ । ତାଲିବାନର ପ୍ରବକ୍ତା କାରି ୟୁସୁଫ ଅହମଦୀ କହିଛନ୍ତି କି ଦୀର୍ଘ ଦିନ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଘେରାବନ୍ଦୀ ଓ ହିଂସାତ୍ମକ ଆକ୍ରମଣ ପରେ ଆମେ ଆଜି କାନ୍ଦାହାର ସହରର ସେଣ୍ଟ୍ରାଲ ଜେଲକୁ ଆଜି ଦ୍ବିପ୍ରହରରେ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆରକୁ ନେଇ ସାରିଛୁ। ଜେଲରେ ଥିବା ସମସ୍ତ ସୁରକ୍ଷାକର୍ମୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିବା ପରେ ସେଠାରୁ କଏଦୀମାନଙ୍କୁ ମୁକ୍ତ କରିଦିଆଯାଇଛି ବୋଲି ସେ କହିଛନ୍ତି । କଏଦୀମାନେ ମୁକ୍ତ ହେବା ପରେ ତାଙ୍କୁ ସ୍ବାଗତ କରାଯାଇଛି ବୋଲି ୟୁସୁଫ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version