Latest

ତୃତୀୟ ପର୍ଯ୍ୟାୟ ରେ ୭୧ ପ୍ରତିଶତ ମତଦାନ

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର) : ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ରେ ମୋଟ ୭୧ ପ୍ରତିଶତ ମତଦାନ ହୋଇଥତ୍ବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ରବିବାର ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୩୮୨ଟି ଗ୍ରାମ ପଞ୍ଚାୟତରେ ୧୭୧ଟି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮,୪୯୫ ବୁଥରେ ନିର୍ବାଚନ ଶେଷ ହୋଇଛି । ଏହାସହ ଯାଜପୁର ବିଞ୍ଝାରପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କମିଶନ ଦୃଢ ଭାବେ ନିନ୍ଦା କରିଛନ୍ତି । ଏ ସମ୍ପର୍କରେ ସେ ପୋଲିସ ଡିଜି ଓ ଯାଜପୁର ଜିଲ୍ଲା ପ୍ରଶାସନଙ୍କୁ କାର‌୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version