Latest

ସେନା ପ୍ରତ୍ୟାହାର ଲାଗି ରାଜି ହେଲେ ଭାରତ- ଚାଇନା

Posted on

ନୂଆଦିଲ୍ଲୀ: ପୂର୍ବ ଲଦାଖସୀମାରେ ସୈନ୍ୟ ପ୍ରତ୍ୟାହାର ନେଇ ଗତକାଲି ଭାରତ-ଚୀନ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ବୈଠକ ହୋଇଥିଲା। ଚୁସୁଲ ମୋଲଡୋ ସୀମାର ଭାରତ ସାଇଟ୍‌ର ଏହି ବୈଠକ ହୋଇଥିୱଲା। ଏହି ଆଲୋଚନାର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଗୋଗ୍ରା ଏବଂ ହଟ୍ ସ୍ପ୍ରିଙ୍ଗ୍ସରୁ ସୈନ୍ୟ ପ୍ରତ୍ୟାହାର ବିଷୟ ଉଠିଥିଲା। ଏହି ଦୁଇ ଅଞ୍ଚଳରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ସଂଘର୍ଷ ଲାଗି ରହିଛି। ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହୋଇନାହିଁ।
ତେବେ ୩ ମାସ ପରେ ହୋଇଥିବା ଗତକାଲିର ବୈଠକରେ ଫଳପ୍ରଦ ହୋଇଛି। ଉଭୟ ରାଷ୍ଟ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୀମା ବିବାଦକୁ ତୁରନ୍ତ ସାମାଧାନ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଧୀରେ ଧୀରେ ଉଭୟ ପକ୍ଷରୁ ଆଲୋଚନା ମାଧ୍ୟମରେ ସମାଧାନ ହେବ ବୋଲି କୁହାଯାଇଛି। ସୀମାରେ ଶାନ୍ତି ରଖିବାକୁ ଦୁଇ ଦେଶ ରାଜି ହୋଇଥିବା ଷ୍ଟେଟ୍‌ମେଣ୍ଟରେ କୁହାଯାଇଛି। ବୈଠକରେ ଭାରତ ଦୀପସାଙ୍ଗ ଓ ଡେମ୍‌ଚୋକ୍ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ ଉଠାଇଥିଲା ଭାରତ। କିନ୍ତୁ ଚୀନ ଏହି ଦୁଇ ଅଞ୍ଚଳ ବିଷୟରେ କଡ଼ା ଆଭିମୁଖ୍ୟ ରଖିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version