ରାଜ୍ୟ
ଅକ୍ଷୟ କୁମାର ମିଶ୍ର ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି
ଭୁବନେଶ୍ୱର(ଓଡବ୍ଲ୍ୟୁ):ରାଜ୍ୟ ବିଚାର ବିଭାଗୀୟ ଅଫିସର ଡଃ ଅକ୍ଷୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ।ଏଥିପାଇଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ସୁପାରିସ୍ କରିଛନ୍ତି ।
ସୂଚନା ଅନୁସାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହମତିରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ୨୦୧୮ ମେ’ ୧୮ତାରିଖରେ ଓଡ଼ିଶା ଜୁଡିସିଆଲ ସର୍ଭିସର ୪ଜଣ ଅଧିକାରୀଙ୍କ ନାଁକୁ ହାଇକୋର୍ଟ ବିଚାରପତି ପାଇଁ ସୁପ୍ରିମକୋର୍ଟଙ୍କୁ ସୁପାରିସ କରିଥିଲେ।
କିନ୍ତୁ ଜୁଡିସିଆଲ ଅଫିସର ସତ୍ୟନାରାୟଣ ମିଶ୍ର, ବିଭୂପ୍ରସାଦ ରାଉତରାୟ ଓ ଗୌତମ ଶର୍ମା ଆବଶ୍ୟକ ମାନଦଣ୍ଡକୁ ପୂରଣ କରୁନାହାନ୍ତି ବୋଲି ସୁପ୍ରିମକୋର୍ଟ କଲେଜିୟମ ମତ ଦେବା ସହ ସେମାନଙ୍କ ପାଇଁ ସୁପାରିସକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ଫେରାଇ ଦେଇଥିଲେ ।