Latest

ଜୁନିୟର ବିଶ୍ୱକପ୍‌ ହକି: ଉଦ୍‌ଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ବେଲଜିୟମ

Posted on

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜୁନିୟର ପୁରୁଷ ବିଶ୍ୱକପ୍‌ ହକି। ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲଜିୟମ ଦଳ ବିଜୟୀ ହୋଇଛି। ବେଲଜିୟମ ଦଳ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି। ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ବେଲଜିୟମ ଦଳ ପେନାଲ୍‌ଟି କର୍ଣ୍ଣରର ସୁଯୋଗ ନେଇ ବିଶ୍ୱକପର ପ୍ରଥମ ଗୋଲସ୍କୋର କରିଥିଲା ବେଲଜିୟମ। ଦଳର ୧୩ନମ୍ବର ଜର୍ସି ପରିଧାନ କରିଥିବା ଦୁଭେକ ରୋମାନ ଅତି ସୁନ୍ଦର ଭାବେ ଦକ୍ଷିଣ ଆଫ୍ରିକାର ରକ୍ଷଣ ଭାର ସମ୍ଭାଳୁଥିବା ଖେଳାଳିଙ୍କୁ ଚକମା ଦେଇ ଏହି ଗୋଲ୍ ଦେଇଥିଲେ। ତେବେ ଦକ୍ଷିଣ ଆଫ୍ରିକାର ଜୋଶ୍‌ କିଛି କମ ନଥିଲା। ୧୫ତମ ମିନିଟରେ ଏକ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସ୍ଥିତିକୁ ନେଇ ଯାଇଥିଲା ଦକ୍ଷିଣ ଆଫ୍ରିକା। ଦଳ ପକ୍ଷରୁ ୧୦ ନମ୍ବର ଜର୍ସି ପିନ୍ଧିଥିବା ଡି ଲୋରା ଟ୍ରିଭର ଏହି ଗୋଲ୍ ଦେଇଥିଲେ।
୫୪ତମ ମିନିଟରେ ବେଲଜିୟମ ଚତୁର୍ଥ ଗୋଲ ସ୍କୋର କରିଥିଲା। ୮ ନମ୍ବର ଜର୍ସି ପରିଧାନ କରିଥିବା ଖେଳାଳି ଭାନ ଡେସେଲ ଅର୍ଣ୍ଣ ଏହି ଗୋଲ ଦେଇଥିଲେ। ସେହିପରି ୫୭ତମ ମିନିଟରେ ଭାନ ରିକ ଏକ ଗୋଲ୍ ଦେଇଥିଲେ। ଏହା ସହିତ ବେଲଜିୟମ ୫-୧ରେ ମ୍ୟାଚ୍ ଜିତି ଯାଇଥିଲା।
ମ୍ୟାଚ୍‌ର ଦ୍ୱିତୀୟ ୧୫ ମିନିଟରେ ଆଉ ଗୋଟିଏ ଗୋଲ୍ ଦେଇଥିବା ବେଲଜିୟମ। ମ୍ୟାଚ୍‌ର ୨୫ତମ ମିନିଟ୍‌ରେ ବେଲଜିୟମର ୨୨ନମ୍ବର ଜର୍ସି ପରିଧାନ କରିଥିବା ଖେଳାଳି ଓନାନା ନେଲସନ ଏହି ଗୋଲ୍ କରିଥିଲେ। ଏହି ଫିଲ୍ଡ ଗୋଲ୍‌ କରି ସେ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଦଳକୁ ୨-୧ ଗୋଲରେ ଆଗୁଆ ରଖିଥିଲେ।
ଏହା ପରେ ଉଭୟ ଦଳ ପାର୍ଶ୍ଵ ପରିବର୍ତ୍ତନ କରି ଶେଷାର୍ଦ୍ଧ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚ୍‌ର ୪୫ତମ ମିନିଟରେ ବେଲଜିୟମର ଦୁଭେକ ରୋମାନ ଆଉ ଏକ ଗୋଲ ଦେଇ ଦଳକୁ ୩-୧ରେ ଆଗୁଆ ରଖିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version