ରାଜ୍ୟ

ଚାଷୀ ପରିବାରଙ୍କ ପିଲାଙ୍କ ପାଇଁ ‘କାଳିଆ ବୃତ୍ତି’

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ସହାୟତା ଦେବା ପାଇଁ ୩ବର୍ଷ ମଧ୍ୟରେ ୧୦ହଜାର କୋଟି ଟଙ୍କା ବ୍ୟୟ କରିବା ନିମନ୍ତେ ଘୋଷଣା କରିବାପରେ ଆଜି ପୁଣିଥରେ ଚାଷୀଙ୍କ ନିମନ୍ତେ ଆଉ ଏକ ଲୋଭନୀୟ ଘୋଷଣା କରିଛନ୍ତି। ସରକାରୀ କଲେଜରେ ମେରିଟ୍ ଆଧାରରେ ନାଁ ଲେଖାଇଥିବା ଚାଷୀ ପରିବାରର ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ‘କାଳିଆ ଛାତ୍ରବୃତ୍ତି’ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ଆଜି କେନ୍ଦୁଝରରେ ଚାଷୀ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ସରକାରର କାଳିଆ ଯୋଜନାକୁ ଏବେ ସାରା ଭାରତରେ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଉଛି ବୋଲି କହିଛନ୍ତି। ଚାଷୀଙ୍କ ଭବିଷ୍ୟତ ସେମାନଙ୍କ ପିଲାମାନଙ୍କ ଉନ୍ନତି ଉପରେ ନିର୍ଭର କରୁଛି। ଚାଷୀ ପରିବାରର ପିଲା ଡାକ୍ତର, ଇଞ୍ଜିନିୟର, ମ୍ୟାନେଜର, ଆଇନଜ୍ଞ ଆଦି ବୃତ୍ତିଧାରୀ ହୁଅନ୍ତୁ। ସେଥିପାଇଁ ଚାଷୀ ପରିବାର ନିମନ୍ତେ ‘କାଳିଆ ଛାତ୍ରବୃତ୍ତି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ମେରିଟ୍ ଆଧାରରେ ସରକାରୀ ପ୍ରଫେସନାଲ କଲେଜରେ ନାଁ ଲେଖାଇଥିବା ଚାଷୀ ପରିବାରର ପିଲାମାନଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ପାଇଁ ଅନେକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version