Latest

ବନ୍ଦ ହେଲା କେଦାରନାଥଙ୍କ କପାଟ, ୬ ମାସ ଯାଏଁ ଆଉ ମିଳିବନି ବାବାଙ୍କ ଦର୍ଶନ

Posted on

ନୂଆଦିଲ୍ଲୀ: ଆସନ୍ତା ୬ ମାସ ପାଇଁ ବନ୍ଦ ହେଲା ବାବା କେଦାରନାଥଙ୍କ କପାଟ। ଶନିବାର ବିଧିବିଧାନ ମୁତାବକ ପୂଜାର୍ଚ୍ଚନା ପରେ ୬ ମାସ ପାଇଁ ବାବା କେଦାରଦାଥଙ୍କ କପାଟ ବନ୍ଦ ହୋଇଛି। ଏବେ ଆସନ୍ତା ୬ ମାସ ଯାଏଁ ଶ୍ରଦ୍ଧାଳୁ ଆଉ ବାବାଙ୍କ ଦର୍ଶନ ପାଇପାରିବେ ନାହିଁ। ବାବା ଆଜିଠାରୁ ଶୀତକାଳୀନ ପ୍ରବାସରେ ଉଖି ମଠରେ ରହିବେ। ବାବା କେଦାରନାଥ ଆଜି ଫୁଲରେ ସୁସଜ୍ଜିତ ଡୋଲିରେ ବସି ଘଣ୍ଟଘଣ୍ଟା ଧ୍ୱନିରେ ଓଁକାରେଶ୍ୱର ମନ୍ଦିର ଉଖିମଠ ଅଭିମୁଖେ ଯାତ୍ରା କରିଛନ୍ତି। ବାବାଙ୍କର ଏହି ଶୋଭାଯାତ୍ରାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ବାବା କେଦାରନାଥଙ୍କ ଏହି ଶୋଭାଯାତ୍ରା ରାମପୁରରେ ପ୍ରଥମ ରାତି ଓ ଗୁପ୍ତକାଶୀରେ ଦ୍ୱିତୀୟ ରାତି କଟାଇବେ। ୮ ନଭେମ୍ବରରେ ଏହି ଶୋଭାଯାତ୍ରା ଶୀତକାଳୀନ ଗନ୍ତବ୍ୟସ୍ଥଳ ଓଁକାରେଶ୍ୱର ମନ୍ଦିର ଉଖିମଠ ଠାରେ ପହଞ୍ଚିବ। ସେଠାରେ ବାବା ୬ ମାସ ଯାଏଁ ପୂଜା ପାଇବେ। ଏ ନେଇ ମନ୍ଦିର ବୋର୍ଡର ପୂଜାରୀ କହିଛନ୍ତି, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ ବାବା କେଦାରନାଥଙ୍କ କପାଟ ଆଜି ଭାଇଦୂଜ ଅବସରରେ ସକାଳ ୦୮.୦୩ରେ ବନ୍ଦ କରାଯାଇଛି। ବାବା କେଦାରନାଥ ଭକ୍ତଙ୍କ ସହ ଶୀତକାଳୀନ ଗଦ୍ଦିସ୍ଥଳ ଓଁକାରେଶ୍ୱର ମନ୍ଦିର ଉଖିମଠ ପାଇଁ ଯାତ୍ରା କରିଛନ୍ତି। ଏବେ ୬ ମାସ ଯାଏଁ ବାବା ସେଠାରେ ହିଁ ପୂଜା ପାଇବେ।
ପୂଜାରୀ କହିଛନ୍ତି, ଆଜି କପାଟ ବନ୍ଦ ହେବା ପୂର୍ବରୁ ସ୍ୱୟମ୍ଭୁ ଲିଙ୍ଗଙ୍କୁ ଅନେକ ପୂଜା ସାମଗ୍ରୀରେ ପୂଜା କରାଯାଇଥିଲା। ଏହା ପରେ ପ୍ରଥମେ ଗର୍ଭଗୃହ ଓ ତା’ ପରେ ମୁଖ୍ୟଦ୍ୱାରକୁ ୬ ମାସ ପାଇଁ ବନ୍ଦ କରାଯାଇଥିଲା। କେଦାରନାଥରେ ଶୁକ୍ରବାର ଦିନ ବରଫପାତ ମଧ୍ୟ ହୋଇଥିଲା। ଏହା ପରଠାରୁ କେଦାରନାଥ ଧାମରେ ଥିବା ଶ୍ରଦ୍ଧାଳୁ ତଳକୁ ଆସିବା ଆରମ୍ଭ କରିଦେଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version