ରାଜ୍ୟ

ଏଣିକି ଖାରବେଳଙ୍କୁ ମିଳିବ ପୁଲିସ ସୁରକ୍ଷା

Posted on

ଭୁବନେଶ୍ୱର (ଓଡବ୍ଲ୍ୟୁ):ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ଆକ୍ରମଣ ପରେ ପୁଲିସ୍‌ ପ୍ରଶାସନ ତତ୍ପର ହୋଇ ଉଠିଛି।ଏଣିକି ଖାରବେଳ ଯେଉଁ ସ୍ଥାନକୁ ସଭାସମିତି କରିବାକୁ ଯିବେ ସମ୍ପୃକ୍ତ ଜିଲ୍ଲାର ଏସ୍‌ପି ଖାରବେଳଙ୍କ ସୁରକ୍ଷା ବ୍ୟବସ୍ଥା ବୁଝିବେ। ପୁଲିସ ଡିଜି ଡଃ ଆରପି ଶର୍ମା ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଖାରବେଳଙ୍କୁ ଆକ୍ରମଣ ଘଟଣାରେ ଗିରଫଦାରୀ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି।ପୁଲିସ ପି. ଗୋବିନ୍ଦ ରାଓ ନାମକ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକକୁ କ୍ରାଇମବ୍ରାଞ୍ଚ ତିନି ଦିନିଆ ରିମାଣ୍ଡରେ ନେଇଛି । ଘଟଣା ପଛରେ ସୁମନ୍ତର କ’ଣ ଉଦ୍ଦେଶ୍ୟ ରହିଛି ଓ ସେ କେଉଁ ଦଳ ସହ ସଂପୃକ୍ତ, ସେ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା କାଶୀପୁରରେ ଏକ ଖାରବେଳ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ପଛରେ ଶାସକ ଦଳର ସଂପୃକ୍ତି ଅଛି ବୋଲି ଖାରବେଳ ଅଭିଯୋଗ କରିଥିଲେ। ଆକ୍ରମଣକାରୀ ଅଭିଯୁକ୍ତ ଜଣକ ବିଜୁ ଯୁବ ବାହିନୀର ସଦସ୍ୟ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version