Latest

କୋଭିଡ କଟକଣା ମୁକ୍ତ ହେବ ପୌର ନିର୍ବାଚନ: ନିର୍ବାଚନ କମିଶନର

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର) : କୋଭିଡ କଟକଣା ମୁକ୍ତ ହେବ ପୌର ନିର୍ବାଚନ। ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ପରେ ସ୍ଥିତି ଦେଖି ନିୟମ ପରିବର୍ତ୍ତନ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ଏଥର ୧୮୯୯ଟି ୱାର୍ଡରେ ହେବ ନିର୍ବାଚନ। ୪୪୭୫ ବୁଥରେ ୪୨ଲକ୍ଷ ଭୋଟର ଅଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ୯ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ।

୧୪ ମାର୍ଚ୍ଚ ଅପରାହ୍‌ଣ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନିର୍ବାଚନ ଇଭିଏମରେ କରାଯିବ। ପ୍ରତି ବୁଥରେ ଦୁଇଟି ଇଭିଏମ ରହିବ। ଗୋଟିଏ କାଉନସିଲର ବା କର୍ପୋରେଟର ପଦ ପାଇଁ ଏବଂ ଅନ୍ୟଟି ମେୟର ବା ପୋରାଧ୍ୟକ୍ଷ ପଦ ପାଇଁ ରହିବ। ଇଭିଏମ ରହିବା ପାଇଁ ୩ଟି ଷ୍ଟ୍ରଙ୍ଗ ରୁମ ରହିବ। ସିସିଟିଭି ସର୍ଭିଲାନ୍ସ ରହିବ। ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ଜଣ ପୁଲିଂ ଅଫିସର ରହିବେ। ପ୍ରିଜାଇଡିଂ ଅଫିସର ଓ ପୁଲିଂ ଅଫିସର ବାଲାଟ ପେପରରେ ଭୋଟ ଦେଇପାରିବେ। ସେମାନେ ଯେଉଁଠୁ ନିର୍ବାଚନ କାର୍ଯ୍ୟରେ ଯିବେ ତା ପୂର୍ବରୁ ବାଲାଟ ପେପର ଭୋଟ୍‌ ଦେବେ। ଏଥିପାଇଁ ତାଙ୍କୁ ପୂର୍ବରୁ ଆବେଦନ କରିବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର।

Leave a Reply

Your email address will not be published. Required fields are marked *

Most Popular

Exit mobile version