Latest

ହିମାଚଳ ପ୍ରଦେଶରେ ଭୁସ୍ଖଳନ, ପାହାଡ଼ ଧସି ୫୦ରୁ ଊର୍ଦ୍ଧ୍ବ ଲୋକ ନିଖୋଜ

Posted on

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କନୌର ଅଞ୍ଚଳରେ ଭୁସ୍ଖଳନ । ଫଳରେ ପାହାଡ଼ ଧସି ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଲୋକ ନିଖୋଜ ହୋଇ ଯାଇଥିବା ବେଳେ ଏକାଧିକ ଯାନାବାହନ ପୋତି ହୋଇଯାଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇଁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିବା ଜଣାପଡ଼ିଛି ।ଡେପୁଟି କମିଶନର ସାଦିକ ହୁସେନ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ବିଧାନସଭା ଅଧିବେସନ ସମୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଘଟଣା ଉପରେ ନଜର ରଖିଛନ୍ତି । କିନୌରରେ ଏହା ମାସକ ମଧ୍ୟରେ ଦ୍ବିତୀୟ ବଡ଼ ଘଟଣା।
ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବସ୍ ସହିତ ପାଞ୍ଚଟି ଛୋଟ ଗାଡି ମଧ୍ୟ ଏହି ଭୁସ୍ଖଳନରେ ଫସି ରହିଥିବା ସୂଚନା ରହିଛି । ପାହାଡ଼ ଧସିବା ପରେ ୫ ନମ୍ବର ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇ ପଡ଼ିଛି । ବୁଧବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ହିମାଚଳ ସଡକ ପରିବହନ ନିଗମ ବସ୍ ସହିତ ଏକ ଟ୍ରକ୍ ଏବଂ ଏକ ଗାଡି ମଧ୍ୟ ପାହାଡ଼ ଅତଡ଼ା ତଳେ ପୋତି ହୋଇଥିବାର ସୂଚନା ରହିଛି।
ଦବି ରହିଥିବା ବସର ଡ୍ରାଇଭର ଓ କଣ୍ଡକ୍ଟରମାନେ ସାହାଯ୍ୟ ମାଗୁଥିବାର ଦେଖିବାକୁ ମିଳିଛି । ସେପଟେ ବଡ଼ ବଡ଼ ପାହାଡ଼ ଓ ପଥର ଖସିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ତେବେ ଏହି ବାଧା ମଧ୍ୟରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟକୁ ଜାରି ରଖିଥିବା ଜଣାପଡ଼ିଛି । କନୌର ବିଧାୟକମାନେ କହିଛନ୍ତି କି ଆଇଟିବିପିର ଯବାନମାନେ ଫସିରହିଥିବା ଗାଡ଼ି ଚାଳକ ଓ ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି । ସେହିପରି ଦବି ଥିବା ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳିଛି ।
ସେପଟେ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ସେ କହିଛନ୍ତି କି ପୁଲିସ ଓ ସ୍ଥାନୀୟ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛି । ଏନଡିଆରଏଫ ଟିମ ମଧ୍ୟ ଆର୍ଲଟରେ ରହିଛନ୍ତି । ଆମକୁ ମିଳିଥିବା ସୂଚନା ମୁତାବକ ଉକ୍ତ ଭୁସ୍ଖଳନରେ ଗୋଟିଏ ସରକାରୀ ବସ ଓ କାର ଦବି ରହିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version