ରାଜ୍ୟ

କଟକର ସବୁ ସରକାରୀ ଅନୁଷ୍ଠାନ ବନ୍ଦ କରିବେ ଓକିଲ

Posted on

ଭୁବନେଶ୍ୱର: କଟକରେ ପୁଲିସ-ଓକିଲ ବିବାଦ ଏବେ ତୀବ୍ର ରୂପ ନେଇଛି।ଓକିଲଙ୍କୁ ପୁଲିସ ଆକ୍ରମଣ ଅଭିଯୋଗ ଘଟଣାରେ ଆନ୍ଦୋଳନକୁ ଅଧିକ ତୀବ୍ର କରିବା ପାଇଁ ହାଇକୋର୍ଟ ଓକିଲ ସଂଘ ନିଷ୍ପତି ନେଇଛି।ଆସନ୍ତାକାଲି କଟକର ସବୁ ସରକାରୀ ଅନୁଷ୍ଠାନ ଆଗରେ ଆଇନଜୀବୀନମାନେ ଧାରଣା ଦେଇ ଏହାକୁ ବନ୍ଦ କରିବେ।ଗୁରୁବାର ଦିନ ଭୁବନେଶ୍ୱରରେ ନବୀନ ନିବାସ ଘେରାଉ କରାଯିବାକୁ ମଧ୍ୟ ସଂଘ ଚେତାବନୀ ଦେଇଛି।
ସଂଘର ସଭାପତି ଶ୍ରୀକାନ୍ତ ନାୟକ କହିଛନ୍ତି ଯେ, କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଜାରି ରଖିବା ପାଇଁ ସଂଘ ନିଷ୍ପତି ନେଇଛି।ଆସନ୍ତାକାଲିଠୁ କଟକର ସବୁ ସରକାରୀ ଅଫିସ ଆଗରେ ଧାରଣା ଦେଇ ଏହାକୁ ବନ୍ଦ କରାଯିବ।ବୁଧବାରଦିନ ପରବର୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତି ନିଆଯିବ।ଗୁରୁବାର ଦିନ ନବୀନ ନିବାସ ଘେରାଉ କରାଯିବ।ରାଜ୍ୟତମାମ ଓକିଲ ପ୍ରତିନିଧି ଘେରାଉ କରି ସ୍ମାରକପତ୍ର ଦେବେ।
ଅପରପକ୍ଷରେ କଟକ ଡିସିସି ଅଖିଳେଶ୍ୱର ସିଂ କହିଛନ୍ତି ଯେ ଓକିଲଙ୍କୁ ଆକ୍ରମଣ ଘଟଣାରେ ୩ଜଣ ପୁଲିସଙ୍କୁ ନିଲମ୍ବନ କରାଯାଇଛି।ସେମାନେ ହେଲେ ହାବିଲଦାର ପିକେ ବେହେରା, କନଷ୍ଟେବଳ ବିକେ ସାମଲ ଓ ୟୁକେ ବେହେରା।ସେହିପରି ଜଣେ ହୋମଗାର୍ଡଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version