ରାଜନୀତି

ଶୁକ୍ରବାର ପାରାଦୀପରେ ମହାନଦୀ ମହାସଂଗ୍ରାମ ଉଦ୍‍ଯାପନ

Posted on

ଭୁବନେଶ୍ୱର: ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଯାପନ ଦିବସ ପାରାଦୀପରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଯାଉଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ବେଳେ ଦଳର ବହୁ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ପଞ୍ଚାୟତ ଓ ପୌର ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେବେ । ମହାନଦୀ ପାଇଁ ଜନଜାଗରଣ ସୁରକ୍ଷା ଅଭିଯାନ ପ୍ରଥମେ ମଇ ୧୬ ତାରିଖ ଦିନ ଦକ୍ଷିଣ ପାଶ୍ୱର୍ସ୍ଥିତ ଚିଖିଲି ଓ ବାମପାଶ୍ୱର୍ସ୍ଥିତ ସୁଖାଶୋଡ଼ାରୁ ବାହାରିଥିଲା । ଗୁରୁବାର ଜନଜାଗରଣ କାର୍ଯ୍ୟକ୍ରମର ନବମ ଦିନରେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଦକ୍ଷିଣ ପାଶ୍ୱର୍ ଟିମ୍‍ କାକଟପୁରରୁ ବାହାରି ଶିଖରଘାଟ, ଗରେଇ ଓ ମାଛଗାଁ ଦେଇ ବାଲିକୁଦାରେ ପହଞ୍ôଚବା ପରେ ସେଠାରେ ସାଧାରଣ ସଭା କରାଯାଇଥିଲା । ସେଠାରୁ ଜଗତସିଂହପୁର ଯାଇ ସାଧାରଣ ସଭା ହୋଇଥିଲା ବେଳେ ଗାନ୍ଧିଛକ ଓ ରଘୁନାଥପୁର ଦେଇ ଟିମ୍‍ ତିର୍ତ୍ତୋଲରେ ପହଞ୍ôଚବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବାଟରେ ଗଲାବେଳେ ଶିଖରଘାଟ, ଗରେଇ, ମାଛଗାଁ, ଗାନ୍ଧିଛକ ଓ ରଘୁନାଥପୁରରେ ପଥପ୍ରାନ୍ତ ସଭା କରାଯାଇଥିଲା । ଆଜି ତିର୍ତ୍ତୋଲରେ ଜନଜାଗରଣ ଟିମ୍‍ ରାତ୍ର ରହଣୀ କରିବା ପରେ ଆସନ୍ତାକାଲି ପାରାଦୀପ ଅଭିମୁଖେ ଯାତ୍ରା କରିବ ।ଏହିସବୁ ସଭାଗୁଡିକରେ ବିଧାୟକ ସୁରେନ୍ଦ୍ର ସେଠୀ, ପ୍ରଶାନ୍ତ ମୁଦୁଲି, ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ସାଂସଦ କୁଳମଣି ସାମଲ, ଜିଲ୍ଲା ସଭାପତି ବିଷ୍ଣୁଚରଣ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ମହାନଦୀ ପାଇଁ ଲଢ଼େଇକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟପକ୍ଷରେ ମହାନଦୀ ବାମ ପାଶ୍ୱର୍ରୁ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବାହାରିଥିବା ଟିମ୍‍ ଆଜି କେନ୍ଦ୍ରାପଡ଼ାରୁ ଇଚ୍ଛାପୁର ଯାଇଥିଲା । ସେଠାରେ ବଳଦେବ ଜୀଉଙ୍କ ପୀଠରେ ସମୂହ ଦୀପଦାନ କରିବା ପରେ ଅଙ୍ଗୁଳେଇ, ଛଘରିଆ, କାନପୁର ଦେଇ ମହାକାଳପଡ଼ା ଅଭିମୁଖେ ଯାତ୍ରାରମ୍ଭ ହୋଇଥିଲା । ପରେ ଏକ ବାଇକ୍‍ ଶୋଭାଯାତ୍ରାରେ ମହାକାଳପଡ଼ାରୁ ମାର୍ଶାଘାଇ ଯାଇ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟାର୍ପଣ କରାଯିବା ସହିତ ଜୁଣା ବଜାରସ୍ଥିତ ମହାନଦୀ କୂଳରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ମିଶ୍ରଙ୍କ ବ୍ୟତୀତ ସାଂସଦ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଜିଲ୍ଲା ସଭାପତି ଧୃବ ସାହୁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version