Latest

ଘରେ ବନାନ୍ତୁ କଲରଫୁଲ ବ୍ରୋକଲି ଓମଲେଟ୍

Posted on

ବ୍ରୋକଲି ଓମଲେଟ୍ ସ୍ବାସ୍ଥ୍ୟପାଇଁ ବେଶ୍ ଉପକାରୀ। ଅଣ୍ଡା ପ୍ରୋଟିନରେ ଭରପୂର ରହିଥିବା ବେଳେ ବ୍ରୋକଲି ଏବଂ ଅନ୍ୟ ସବୁ ଜିନିଷ ସ୍ବାଦକୁ ଅଧିକ ଟେଷ୍ଟି କରିଥାଏ। ଆପଣ ଏହାକୁ ରୁଟି କିମ୍ବା ଖାଲି ମଧ୍ୟ ଖାଇପାରିବେ।
ଆବଶ୍ୟକ ସାମଗ୍ରୀ: ଅଣ୍ଡାର ଧଳା ଅଂଶ, ପିଆଜ ଶଣ୍ଢା (ଛୋଟ କଟା ହୋଇଥିବା), ବ୍ରୋକଲି, କ୍ଷୀର, ତେଲ, ଚିଲି ଫ୍ଲେକ୍ସ, ଲୁଣ ସ୍ବାଦୁନୁସାରେ।
ପ୍ରସ୍ତୁତି ପ୍ରଣାଳୀ: ଏକ ନନଷ୍ଟିକ୍ ପ୍ୟାନରେ ତେଲରେ ଗରମ କରିଦିଅନ୍ତୁ। ସେଥିରେ ପିଆଜ, ଗୋଲମରିଚ, ବ୍ରୋକଲି ପକାଇ ଦିଅନ୍ତି। ତା’ ପରେ ସେଥିରେ ମସଲା, ଲୁଣ ଏବଂ ଚିଲି ଫ୍ଲେକ୍ସ ପକାଇ ଦିଅନ୍ତୁ। ଏବେ ଏକ ଅଲଗା ପାତ୍ରରେ ଅଣ୍ଡାର ଧଳା ଅଂଶ ପକାଇ ଅଳ୍ପ ଲୁଣ ପକାଇ ଦିଅନ୍ତୁ। ସେଥିରେ ୧ ଚାମଚ କ୍ଷୀର ପକାଇ ଭଲ ଭାବେ ଘାଣ୍ଟିବା ପରେ ଅନ୍ୟ ଜିନିଷ ସହିତ ଅଣ୍ଡାକୁ ମିଶାଇ ଦିଅନ୍ତୁ। ଏବେ ଏହାକୁ ପ୍ୟାନରେ ଭଲଭାବେ ସେକିଦିଅନ୍ତୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version