Latest
ପ୍ରସ୍ତୁତ କରନ୍ତୁ ମସରୁମ୍ ମଞ୍ଚୁରିଆନ୍
ବନାଇବା ପାଇଁ ସାମଗ୍ରୀ
• ମସରୁମ୍ ୨୦୦ ଗ୍ରାମ
• ଭିନେଗାର ୧ ଚାମଚ
• ରେଡ ଚିଲ୍ଲି ସସ୍ ଦେଢ଼ ଚାମଚ
• ସୋୟା ସସ୍ ଦେଢ଼ ଚାମଚ
• ଚିଲ୍ଲୀ ଫ୍ଲେକ୍ସ୧/୪ ଚାମଚ
• ଗୋଲମରୀଚ ସ୍ୱାଦାନୁସାରେ
• ସବୁଜ ସିମଲା ଲଙ୍କା ଅଧା କପ୍
• କଞ୍ଚା ଲଙ୍କା – ଗୋଟିଏ
• ରସୁଣ – ଦେଢ଼ ଚାମଚ
• ଅଦା – ଦେଢ଼ ଚାମଚ
• ତେଲ – ୨ କପ୍
• ପାଣି – ଅଧା କପ୍
• ଲୁଣ – ସ୍ୱାଦାନୁସାରେ
• କର୍ନଫ୍ଲୋର ଦେଢ଼ ଚାମଚ
• ମଇଦା – ଦେଢ଼ ଚାମଚ୍
ପ୍ରସ୍ତୁତି ପ୍ରଣାଳୀ
ମସରୁମ୍ ମଞ୍ଚୁରିଆନ୍ ବନାଇବା ପାଇଁ ସର୍ବପ୍ରଥମେ ମସରୁମ୍ ବା ଛତୁକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ ଏବଂ ଏହାକୁ ଦୁଇ ଭାଗରେ କାଟି ରଖନ୍ତୁ। ଏବେ ଅଦା, ରସୁଣ, କଞ୍ଚା ଲଙ୍କା, ପିଆଜ ଏବଂ ସିମଲା ଲଙ୍କାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ ଏକ ପାତ୍ର ନିଅନ୍ତୁ ସେଥିରେ ମଇଦା, କର୍ଣ୍ଣଫ୍ଲୋର, ଲୁଣ, ଗୋଲମରୀଚ, ଅଦା-ରସୁଣ ପେଷ୍ଟ ପକାନ୍ତୁ। ଏଥିରେ ପାଣି ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏକ ପ୍ୟାନରେ ତେଲ ପକାନ୍ତୁ ଏବଂ ଗରମ କରନ୍ତୁ। କଟା ହୋଇଥିବା ମସରୁମକୁ ମଇଦାରେ ପ୍ରସ୍ତୁତ ଘୋଳରେ ବୁଡାଇ ଗରମ ତେଲରେ ଛାଣିଦିଅନ୍ତୁ। ଏହାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରି େପ୍ଲେଟକୁ କାଢ଼ି ସର୍ଭ କରନ୍ତୁ।