Latest

ଏପରି ବନାନ୍ତୁ ପିଆଜ ପରଟା

Posted on

ଅଧିକାଂଶ ଲୋକ ଏମିତି ରେସିପି ଖାଇବାକୁ ଭଲ ପାଆନ୍ତି ଯେ ଯାହା ନା କେବଳ ଖାଇବାକୁ ସ୍ୱାଦିଷ୍ଟ ହୋଇଥିବ ବରଂ ଜଲଦି ଜଲଦି ପ୍ରସ୍ତୁତ ବି ହୋଇପାରୁଥିବ। ସକାଳର ବ୍ରେକଫାଷ୍ଟ ହେଉ କିମ୍ବା ସନ୍ଧ୍ୟାର ଟିଫିନ୍‌ ଆପଣ ଏହି ରେସିପିକୁ ଝଟପଟ୍‌ ବନାଇ ଖାଇପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ପିଆଜ ପରଟା। ଟିକେ ଅଲଗା ଆଉ ସ୍ପେଶାଲ ଷ୍ଟାଇଲର ପିଆଜ ପରଟା କେମିତି ବନାଇବେ ଆସନ୍ତୁ ଜାଣିବା।
ଆବଶ୍ୟକ ସାମଗ୍ରୀ:
• ୨ କପ୍‌ ଗହମ ଅଟା
• ୨ କପ୍‌ କଟା ପିଆଜ
• ୨ଟି କଞ୍ଚା ଲଙ୍କା
• ୧/୪ ଚାମଚ ଗରମ ମସଲା
• ୧/୪ ଚାମଚ ଲାଲ ଲଙ୍କା ପାଉଡର
• ୧/୪ ଚାମଚ ଭଜା ଜିରା ଗୁଣ୍ଡ
• ୧/୪ ଚାମଚ ଚାଟ ମସଲା
• ଏକ ଚାମଚ ଧନିଆ ପତ୍ର
• ଲୁଣ ସ୍ୱାଦାନୁସାରେ
• ତେଲ ଆବଶ୍ୟକ ଅନୁସାରେ
ପ୍ରସ୍ତୁତ କେମିତି କରିବେ ଜାଣନ୍ତୁ
ସର୍ବପ୍ରଥମେ ଏକ ପାତ୍ରରେ ଅଟା ନିଅନ୍ତୁ। ଏଥିରେ ପିଆଜ, କଞ୍ଚା ଲଙ୍କା, ଗରମ ମସଲା, ଲାଲ ଲଙ୍କା ପାଉଡର, ଲୁଣ, ଜୀରା, ଚାଟ ମସଲା, ଧନିଆପତ୍ର ଏବଂ ପାଣି ପକାଇ ଅଟାକୁ ନରମ କରି ଚକଟି ଦିଅନ୍ତୁ। ଏଥିରେ ସାମାନ୍ୟ ତେଲ ଲଗାଇ ୧୫ ମିନିଟ୍‌ ପାଇଁ ଅଲଗା ରଖିଦିଅନ୍ତୁ। ପନ୍ଦର ମିନିଟ୍‌ ପରେ ଅଟା ଗୋଲା ବନାଇ ସୁଖିଲା ଅଟା ସାହାଯ୍ୟରେ ବେଲି ଦିଅନ୍ତୁ। ମିଡିୟମ୍‌ ଫ୍ଲେମରେ ତାଓ୍ଵାରେ ସାମାନ୍ୟ ତେଲ ପକାଇ ଗରମ ହେବା ପାଇଁ ରଖିଦିଅନ୍ତୁ। ଏବେ ପରଟା ପକାଇ ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ। ଏହିପରି ଭାବେ ସବୁ ପରଟାକୁ ବନାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଚଟପଟା ପରଟା। ଏହାକୁ ଆପଣ ଦହି କିମ୍ବା ରାଇତା ସହ ସର୍ଭ କରିପାରିବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version