Latest

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା :SRC

Posted on

ଭୁବନେଶ୍ୱର,(ଓଡ଼ିଶା ଓ୍ବେୟାର): ଉପରମୁଣ୍ଡରେ ବର୍ଷା । ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା । ବନ୍ୟା ପ୍ରଭାବରେ ମହାନଦୀ ଅବବାହିକାରେ ବଡ଼ ଧରଣର କ୍ଷୟକ୍ଷତି ହେବନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ତତ୍ପର ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଗେଟ ଖୋଲାଯାଉଛି । ଏବେ ୧୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଏବେ ରାଜ୍ୟରେ ବର୍ଷା କମିଛି । ଏବେ ବିଭିନ୍ନ ନଦୀ ଜଳସ୍ତର କମିବାରେ ଲାଗିଛି। ବ୍ରାହ୍ଣଣୀ ନଦୀ ଜେନାପୁରଠାରେ ବିପଦ ସଙ୍କେତ ୨୩ମିଟର ଥିବାବେଳେ ୨୨.୨୫ ମିଟରରେ ପ୍ରବାହିତ ହେଉଛି।
ବୈତରଣୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ରହିଛି ୧୮.୩୨ ମିଟର। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳସ୍ତର ରହିଛି ୮.୬୮ ମିଟର। ବର୍ଷା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ୩ ଦିନ ଧରି ଲଗାଣ ବର୍ଷାରେ ୨୧ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାୟ ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏକ ଲକ୍ଷ ୨୨ ହଜାର ୪୫୮ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ୩ହଜାର ୮୩୯ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି ।
ବ୍ରାହ୍ମଣୀ ନଦୀରେ ଯାଜପୁର ଜିଲ୍ଲାର ରସୁଲପୁରରେ ଗୋଟିଏ ଓ ବରୀରେ ଦୁଇଟି ଘାଇ ସୃଷ୍ଟି ହୋଇଛି । ଲଗାଣ ବର୍ଷାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣ ନିଖୋଜ ଅଛନ୍ତି। ୧୩ହଜାର ୮୨୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଅନେକ ଚାଷ ଜମି ଜଳମଗ୍ନ ହୋଇଛି। ଜିଲ୍ଲାପାଳମାନଙ୍କୁ ୭ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସହାୟତା ପ୍ରଦାନ କରାଯିବ ବୋଲି ପ୍ରେସମିଟ୍‌ରେ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

Leave a Reply

Your email address will not be published. Required fields are marked *

Most Popular

Exit mobile version