Latest

MI-17V-5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ମିଳିଲା ବ୍ଲାକ୍‌ ବକ୍ସ

Posted on

ନୂଆଦିଲ୍ଲୀ: ତାମିଲନାଡୁ ସୁଲୁର ଅଞ୍ଚଳର ନୀଳଗିରି ପାର୍ବତ୍ୟାଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା MI-17V-5 ହେଲିକପ୍ଟର । ଗତକାଲି ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ୍‌ ବିପିନ ରାଓ୍ଵତଙ୍କ ପରଲୋକ । ଦୁର୍ଘଟଣାଗ୍ରସ୍ତ Mi-17V5ର ଫ୍ଲାଇଟ ଡାଟା ରେକର୍ଡର ଓ କକ୍‌ପିଟ ଭଏସ ରେକର୍ଡରକୁ ଉଦ୍ଧାର କରାଯାଇଛି। ବାୟୁସେନାର ଟିମ୍‌ ଏହାକୁ ଉଦ୍ଧାର କରିଛି। ଏହାସହ ତାମିଲନାଡୁ ଫରେନ୍‌ସିକ ସାଇନ୍‌ସ ଡିପାର୍ଟମେଣ୍ଟର ଟିମ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି। ବ୍ଲାକ୍‌ ବକ୍ସ ଜରିଆରେ ଶେଷ ମୂହୁର୍ତ୍ତରେ ଅଘଟଣର କାରଣ ଜଣାପଡ଼ିବ ବୋଲି ଆଶା ରହିଛି। ଏଥିରେ ସିଡିଏସ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଅଫିସର ଥିଲେ । ଦିଲ୍ଲୀରୁ ସୁଲୁର ଓ ସେଠାରୁ େଓ୍ଵଲିଂଟନ୍‌ ଯିବା ବେଳେ ଅଧାବାଟରେ ଖସି ପଡ଼ିଥିଲା MI-17V-5 ହେଲିକପ୍ଟର । ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂହ ଗୁରୁତର ଅବସ୍ଥାରେ େଓ୍ଵଲିଂଟନ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୃତକଙ୍କ ପରିଚୟ ଜାଣିବା ପାଇଁ ସମସ୍ତଙ୍କର ଡିଏନଏ ଟେଷ୍ଟ କରାଯିବ ।
ତେବେ ଆଜି ସଂଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ ଜେନେରାଲ ବିପିନ ରାଓ୍ଵତଙ୍କ ପାର୍ଥିବ ଶରୀର । ବିପିନ ରାଓ୍ଵତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର । ତାମିଲନାଡୁରେ ବାୟୁସେନା ହେଲିକପ୍ଟର କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା । ଗତକାଲି ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ୍‌ ବିପିନ ରାଓ୍ଵତଙ୍କ ପରଲୋକ । ତାମିଲନାଡୁ ସୁଲୁର ଅଞ୍ଚଳର ନୀଳଗିରି ପାର୍ବତ୍ୟାଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା MI-17V-5 ହେଲିକପ୍ଟର । ଏଥିରେ ସିଡିଏସ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଅଫିସର ଥିଲେ । ଦିଲ୍ଲୀରୁ ସୁଲୁର ଓ ସେଠାରୁ େଓ୍ଵଲିଂଟନ୍‌ ଯିବା ବେଳେ ଅଧାବାଟରେ ଖସି ପଡ଼ିଥିଲା MI-17V-5 ହେଲିକପ୍ଟର । ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂହ ଗୁରୁତର ଅବସ୍ଥାରେ େଓ୍ଵଲିଂଟନ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୃତକଙ୍କ ପରିଚୟ ଜାଣିବା ପାଇଁ ସମସ୍ତଙ୍କର ଡିଏନଏ ଟେଷ୍ଟ କରାଯିବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version