Latest

ବାରଣାସୀରେ ମୋଦି: ଲୋକାର୍ପିତ ହେଲା କାଶୀ ବିଶ୍ବନାଥ କରିଡ଼ର

Posted on

ଲକ୍ଷ୍ନୌ: ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଶୀ ବିଶ୍ୱନାଥ କରିଡର ଉଦ୍‌ଘାଟିତ । ନିଜ ନିର୍ବାଚନମଣ୍ଡଳୀ ବାରଣାସୀ କରିଡର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ଦିବ୍ୟ କାଶୀ-ଭବ୍ୟ କାଶୀ। କାଶୀ ବିଶ୍ୱନାଥ କରିଡର କାଶୀ ବିଶ୍ୱନାଥ ମନ୍ଦିର ସହ ଗଙ୍ଗା ନଦୀର ଦୁଇଟି ଘାଟକୁ ସଂଯୋଗ କରୁଛି । ମୋଦିଙ୍କର ଏହା ଡ୍ରିମ୍‌ ପ୍ରୋଜେକ୍ଟ । ୫ ହଜାର ହେକ୍ଟର ଜମି ଉପରେ ୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

ଆଜି କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିବା ପରେ ବାବା ପରେ ବାବା କାଶୀ ବିଶ୍ୱନାଥଙ୍କ ମନ୍ଦିରରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ସାଧୁସନ୍ଥଙ୍କ ଗହଣରେ ବାବା କାଶୀବିଶ୍ୱନାଥଙ୍କ ରୁଦ୍ରାଭିଷେକ କରିଥିଲେ । ବ୍ରାହ୍ମଣଙ୍କ ସହ ତାଳେ ତାଳେ ଶ୍ଲୋକ ଓ ମନ୍ତ୍ର ଜାପ କରିଥିଲେ ମୋଦି ।

ନୂଆ ରୂପ ପାଇଛି କାଶୀ ବିଶ୍ୱନାଥ ମନ୍ଦିର । ଏହି କରିଡର ଭିତରେ ରହିଛି ଶତାଧିକ ଛୋଟ ମନ୍ଦିର । ବାରଣାସୀ ସିଟି ଗ୍ୟାଲେରୀ, ମ୍ୟୁଜିଅମ , ଅଡିଟୋରିଅମ୍‌ ରହିଛି । ବିଭିନ୍ନ ରଙ୍ଗର ଆଲୋକମାଳା ଓ ଫୁଲରେ ସଜେଇ ହୋଇଛି । ଏହାସହିତ ଏଠାରେ ୨୩ଟି କୋଠାର ଉଦ୍‌ଘାଟନ କରିଛନ୍ତି ମୋଦି। ମନ୍ଦିରକୁ ବୁଲିବା ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହା ନିର୍ମାଣ କରାଯାଇଛି। କାଶୀ ୨୦୧୯ ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ୭୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି କରିଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ।

ଉଦ୍‌ଘାଟନ ପରେ କାଶୀ ବିଶ୍ୱନାଥ କରିଡର ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ । ଶ୍ରମିକ, ଇଂଜିନିୟର ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଉପରେ ଫୁଲ ପକାଇ ସମ୍ମାନିତ କରିଥିଲେ । ସଫେଇ କର୍ମଚାରୀଙ୍କ ଉପରେ ମଧ୍ୟ ଫୁଲବର୍ଷା କରିଥିଲେ ମୋଦି । ସମସ୍ତଙ୍କ ଉପରେ ଫୁଲ ବର୍ଷା କରିବା ପରେ ସେମାନଙ୍କ ସହ ଏକାଠି ବସି ଫଟୋ ଉଟାଇଥିଲେ ମୋଦି।

Leave a Reply

Your email address will not be published. Required fields are marked *

Most Popular

Exit mobile version