Latest

ବିଜୁ ପକ୍କା ଘର ମରାମତି ପାଇଁ ମିଳିବ ଟଙ୍କା: ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ଵର, (ଓଡ଼ିଶା ୱେୟାର) : ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଶାସକ ବିଜୁ ଜନତା ଦଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲା ଜିଲ୍ଲା ବୁଲି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବାଣ୍ଟିବା ପରେ ଏବେ ବିଜୁ ପକ୍କା ଘର ମରାମତି ପାଇଁ ଟଙ୍କା ମିଳିବ ବୋଲି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ବିଜୁ ପକ୍କା ଘର ପାଇଥିବା ଏବଂ ପିଏମ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ମରାମତି ଖର୍ଚ୍ଚ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସ ଯୋଜନା ଉପରେ ବଡ ଘୋଷଣା କରିଛନ୍ତି। ଏଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ। ଏଥିପାଇଁ ସରକାରଙ୍କ ତହବିଲରୁ ଖର୍ଚ୍ଚ ହେବ ୧୪୪୪ କୋଟି ଟଙ୍କା। ଆଜି କ୍ୟାବିନେଟ୍‌ ବୈଠକ ପରେ ଏହାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଘୋଷଣା ଅନୁଯାୟୀ, ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ଖର୍ଚ୍ଚ ବାବଦରେ ୩ ହଜାର ଟଙ୍କା ମିଳିବ। ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ଖଣି ଅଞ୍ଚଳ ପକ୍କା ଘର ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଏହି ଆର୍ଥିକ ସହାୟତା ମିଳିବ। ଏଥିସହ କେନ୍ଦ୍ରୀୟ ଯୋଜନା ଅର୍ଥାତ ପିଏମ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ସହାୟତା ରାଶି ମିଳିବ। ଉଭୟ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version