Latest

ମାଙ୍କଡ଼ଙ୍କୁ ବିଷ ଦେଇ ମାରିବା ଘଟଣା: ହାଇକୋର୍ଟରେ ହେବ ଶୁଣାଣି

Posted on

କର୍ଣ୍ଣାଟକ: କର୍ଣ୍ଣାଟକର ହାସନ ଜିଲ୍ଲାରେ ୩୮ ଟି ମାଙ୍କଡ଼ଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟରେ ହେବ ଶୁଣାଣି। ଗୁରୁବାର ସକାଳେ ହାସନ ଜିଲ୍ଲାର ବେଲୁର ତାଲୁକର ଚୌଧାନାହଲ୍ଲୀ ଗ୍ରାମରେ ପ୍ରାୟ ୩୮ ଟି ମୃତ ମାଙ୍କଡ ମିଳିଥିଲା। କୁହାଯାଉଛି ଯେ ମାଙ୍କଡ ମାନଙ୍କୁ ଅଖା ଭିତରେ ଭର୍ତ୍ତି କରି ଚୌଧାନାହଲି ନିକଟ ରାସ୍ତା କଡ଼ରେ ଫିଙ୍ଗିଦେଇଥିଲେ । ସେମାନଙ୍କୁ ପୂର୍ବରୁ ବିଷ ଦିଆଯାଇଥିଲା। ପରେ ସେମାନଙ୍କୁ ଅଖା ଭିତରେ ବନ୍ଦ କରି ପିଟିପିଟି ହତ୍ୟା କରାଯାଇଥିଲା। ଅଖା ଖୋଲିବା ସମୟରେ ପ୍ରାୟ ୨୦ ଟି ମାଙ୍କଡ଼ ଜୀବନ୍ତ ଥିବା ଦେଖିବାକୁ ମିଳିଥିଲା। ଅଗଷ୍ଟ ୪ ରେ ଏହି ମାମଲାର ଶୁଣାଣି ହେବ ବୋଲି କୁହାଯାଇଛି।
ଅନ୍ୟପଟେ ଶୁକ୍ରବାର ଦିନ ହାଇକୋର୍ଟ ଏହି ମାମଲାରେ ପିଏଲ ଉପରେ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଏହି ମାମଲାରେ କୋର୍ଟ, ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ ଏବଂ ପଶୁ କଲ୍ୟାଣ ବୋର୍ଡକୁ ଉତ୍ତରଦାତା ଭାବରେ ପ୍ରସ୍ତୁତ କରିଛନ୍ତି। ଏଥିରେ ପ୍ରଧାନ ବିଚାରପତି ଅଭୟ ଶ୍ରୀନିବାସ ଓକା ଏବଂ ଜଷ୍ଟିସ ଏନଏସ ସଞ୍ଜୟ ଗୌଡାଙ୍କ ବେଞ୍ଚ ଏହି ଘଟଣାକୁ ନେଇ ରେଜିଷ୍ଟ୍ରାର ଜେନେରାଲଙ୍କୁ ଜନସାଧାରଣଙ୍କ ସ୍ୱାର୍ଥ ମକଦ୍ଦମା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର‌୍ୟ୍ୟ କରାଯାଇଥିବା ଆଇନ ଅନୁଯାୟୀ ଏହି ମାମଲାକୁ କୋର୍ଟ ଗ୍ରହଣ କରିବା ଆବଶ୍ୟକ।
ସୂଚନାଯୋଗ୍ୟ ବେଲୁର ତାଲୁକର ଚୌଧାନାହଲ୍ଲୀ ଗ୍ରାମର ସ୍ଥାନୀୟ ଲୋକମାନେ ଅଖା ଭିତରେ ମୃତ ମାଙ୍କଡ଼ ପାଇଥିଲେ। ଏହା ପରେ ତୁରନ୍ତ ଏହାର ସୂଚନା ପୋଲିସକୁ ଦେଇଥିଲେ। ସୂଚନାନୁସାରେ, ତାଙ୍କୁ ବିଷ ଦେଇ ମାରି ଦିଆ ଯାଇଥିବାର ଜଣାପଡିଥିଲା। ତେବେ ୨୦ଟି ମାଙ୍କଡ଼ ଜୀବିତ ଥିବାବେଳେ ଗ୍ରାମବାସୀ ତୁରନ୍ତ ସେମାନଙ୍କୁ ପାଣି ପିଇବା କୁ ଦେଇଥିଲେ। ଏହା ପରେ ସେମାନେ ସେଠାରୁ ଚାଲିଗଲେ। କିଛି ଗ୍ରାମବାସୀ କହିଛନ୍ତି ଯେ ମାଙ୍କଡମାନଙ୍କୁ ଅଖା ଭିତରେ ଭର୍ତ୍ତି କରି ନିଶ୍ଚୟ ଆକ୍ରମଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Most Popular

Exit mobile version