Latest

ଆଜିଠୁ ମାତା ବୈଷ୍ଣୋଦେବୀ ଯାତ୍ରାରମ୍ଭ

Posted on

ଜମ୍ମୁ: ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ପୁଣିଥରେ ଖୋଲିଛି ମା’ଙ୍କ ଦ୍ୱାର। ଏବେ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ। ଗତ କିଛି ଦିନ ହେଲା ଜମ୍ମୁ-କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁ ଅବସ୍ଥା ଖରାପ ଥିଲା। ଏହା ଦ୍ୱାରା କାଶ୍ମୀର ଘାଟୀ ଓ ଜମ୍ମୁର କେତେକ ପର୍ବତୀୟ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଥିସହ ଶ୍ରୀ ମାତା ବୈଷ୍ଣୋଦେବୀ ଯାତ୍ରା ମାର୍ଗ ଅର୍ଦ୍ଧକୁମାରୀ ଭବନ ରାସ୍ତାରେ ପଥର ଖସିବା ଯୋଗୁ ବ୍ୟାଟେରୀ କାର ମାର୍ଗ ମଧ୍ୟ ବନ୍ଦ ହୋଇଯାଇଥିଲା। କୁହାଯାଉଛି ଯେ ଗତ ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ଅବସ୍ଥାକୁ ଦେଖି ମାତା ବୈଷ୍ଣୋଦେବୀ ଯାତ୍ରା ସ୍ଥଗିତ କରି ଦିଆଯାଇଥିଲା। କିନ୍ତୁ ଗୁରୁବାର ପାଣିପାଗ ବିଭାଗ ଆକଳନ କରିବା ପରେ ପୁନର୍ବାର ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଜିଠୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆରମ୍ଭ ହୋଇଛି ହେଲିକପ୍ଟର ଯାତ୍ରା:
ଆଜି ଅର୍ଥାତ୍‌ ଗୁରୁବାର ଠାରୁ ଜମ୍ମୁ- କାଶ୍ମୀରରେ ଶ୍ରୀ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ପାଇଁ ହେଲିକପ୍ଟର ସେବା ପୁଣିଥରେ ଆରମ୍ଭ ହୋଇଛି। ଏବେ ଯାତ୍ରୀମାନେ ସିଧାସଳଖ ହେଲିକପ୍ଟର ମାଧ୍ୟମରେ ମାତାଙ୍କୁ ଦର୍ଶନ କରିପାରିବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version