Latest
ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା : ମାର୍ଚ୍ଚ ୨୪ରେ ଭୋଟ୍
ଭୁବନେଶ୍ବର(ଓଡ଼ିଶା ୱେୟାର) : ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନର । ଆସନ୍ତା ମାର୍ଚ୍ଚ ୨୪ରେ ପୌର ଭୋଟ୍ ୨୬ ତାରିଖରେ ଭୋଟ୍ ଗଣତି ହେବ। ଏଥିପାଇଁ ଶୁକ୍ରବାରଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେଲା । ଏହା କେବଳ ପୋରଞ୍ଚଳରେ ଲାଗୁ ହେବ ଏନେଇ ଫେବୃୟାରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ ମାର୍ଚ୍ଚ ୨ରୁ ୭ ତାରିଖ ପର୍ୟ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବେ। ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ୧୪ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ଏପ୍ରିଲ ୮ରେ ଡେପୁଟି ମେୟର ନିର୍ବାଚନ, ଏପ୍ରିଲ ୭ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ୧୦୬ ପୋର ପରିଷଦରେ ହେବ ନିର୍ବାଚନ। ମ୍ୟୁନିସିପାଲିଟି ଓ ୫୯ ଏନଏସିରେ ହେବ ନିର୍ବାଚନ ଏହା ସହ ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଓ ହ୍ମପୁରରେ ପୋର ନିର୍ବାଚନ ହେବ ଏଥର ପୋର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ ସେଥିପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ମେସିନ ରହିବ ଗୋଟିଏ ଇଭିଏମ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ଆଉ ଗୋଟିଏ ଇଭିଏମ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ରହିବ ଚଳିତ ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ନୋଟା ମଧ୍ୟ ରହିବ ସମୁଦାୟ ୪୧ ଲକ୍ଷ ଭୋଟ୍ରର ମତଦାନ ସାବ୍ୟସ୍ତ କରିବେ ୧୦୬ ଟି ପୋର ପରିଷଦରେ ୧୭୩୧ଟି ଓ୍ୱାର୍ଡ ର ୩୦୩୦ଟି ବୁଥ ରହିଛି ଏବଂ ୨୭ ଲକ୍ଷରୁ ଅଧିକ ଭୋଟ୍ର ରହିଛନ୍ତି । ସେହିପରି ୩ଟି ପୋର ନିଗମରେ ୧୬୮ଟି ଓ୍ୱାର୍ଡରେ ୧୪୦୭ଟି ବୁଥରେ ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ଅଛନ୍ତି ଏଥରକ ପ୍ରାର୍ଥୀମାନେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ। ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ଓ ସମ୍ପତ୍ତି ତାଲିକା ଦେବେ। ଗୋଟିଏ ପରିବାର ସମ୍ପର୍କରେ ତଥ୍ୟ ଦେବେ।