Latest

୩ଟି ନୂଆ ରୁଟ୍‌ରେ ଉପଲବ୍ଧ ହେବ ‘ମୋ ବସ୍’

Posted on

ଭୁବନେଶ୍ୱର.: ଆଉ ୩ଟି ନୂଆ ରୁଟ୍‌ରେ ଉପଲବ୍ଧ ହେବ ‘ମୋ ବସ୍’ ସେବା। କ୍ୟାପିଟାଲ ରିଜିଅନ ଅର୍ବନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଦିଆଯାଇଛି ଏହି ସୂଚନା। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି।
-କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ନୂତନ ଭାବେ ୭୧ ନମ୍ବର ରୁଟ୍ ଆରମ୍ଭ ହେବ। ଏହା ବରମୁଣ୍ଡାରୁ ରସୁଲଗଡ଼ ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବ। ସେହିପରି ଆଉ ଏକ ନୂଆ ରୁଟ୍ ନମ୍ବର ହେଉଛି ୩୫। ଏହା ମାଷ୍ଟକକ୍ୟାଣ୍ଟିନ୍ ଠାରୁ ଜୟଦେବ ପୀଠ ପର୍ଯ୍ୟନ୍ତ ଯିବ।
ଆଚାର୍ଯ୍ୟ ବିହାରରୁ ନୀଳାଦ୍ରି ବିହାର ରୋଡ୍ ଦେଇ ପଟିଆ ପର୍ଯ୍ୟନ୍ତ ରୁଟ୍ ନମ୍ବର ୯ ଆରମ୍ଭ ହୋଇଛି। ଏହି ଅଞ୍ଚଳରେ ଅନେକ ପ୍ରମୁଖ ଡାକ୍ତରଖାନା ଥିବାରୁ ଏହି ରୁଟ୍ ଆରମ୍ଭ କରାଯାଇଛି।
ପ୍ରତି ୩୦ ମିନିଟ୍‌ରେ ଏହି ସବୁ ରୁଟ୍‌ରେ ଉପଯୁକ୍ତ ଯାତ୍ରୀଙ୍କୁ ନେଇ ମୋ ବସ୍ ଯାତାୟତ କରିବ ବୋଲି କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପକ୍ଷରେ ବରମୁଣ୍ଡାରୁ ପୁରୀ ଯିବା ପାଇଁ ରହିଥିବା ୫୧ ନମ୍ବର ରୁଟ୍‌କୁ ବନ୍ଦ କରି ଦିଆଯାଇଛି। ଅପେକ୍ଷାକୃତ କମ୍ ଯାତ୍ରୀ ହେଉଥିବାରୁ କ୍ରୁଟ୍ ଏଭଳି ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version