Latest

ନନ୍ଦନ କାନନରେ ମାଆ ହେଲା ମାଇ ସିଂହ ବିଜଲି

Posted on

ଭୁବନେଶ୍ୱର ,(ଓଡ଼ିଶା ୱେୟାର): ନନ୍ଦନକାନନରେ ଖୁସି ଖବର। ବହୁତ ଦିନ ପରେ ସିଂହ ବଂଶ ବୃଦ୍ଧି। ମାଆ ହେଲା ମାଇ ସିଂହ ବିଜଲି। ଜନ୍ମ ଦେଲା ୩ଟି ଛୁଆ। ତେବେ ସେଥିରୁ ଗୋଟେ ଛୁଆର ମୃତ୍ୟୁ ହୋଇଛି। ଅନ୍ୟ ୨ଟି ଛୁଆଙ୍କୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି। ନନ୍ଦନକାନନ କର୍ମଚାରୀମାନେ ସିସିଟିଭି ମାଧ୍ୟମରେ ୨୪ଘଣ୍ଟା ନଜର ରଖିଛନ୍ତି।ଗତ ଏପ୍ରିଲ ମାସରେ ବିଳାସପୁର ଚିଡିଆଖାନାରୁ ଆସିଥିବା ପୁରୁଷ ସିଂହ ସମ୍ରାଟ ସହ ୨୦୨୦ ଡିସେମ୍ବରରେ କମଳା ନେହେରୁ ଚିଡିଆଖାନାରୁ ଆସିଥିବା ସିଂହି ବିଜଲି ସହ ମିଳନ କରାଯାିଥିଲା। ୨୦୦୪ ପରଠାରୁ ନନ୍ଦନକାନନରେ ସିଂହ ବଂଶରେ ବୃଦ୍ଧି ହୋଇନଥିଲା। ଏବେ ୨ଟି ଛୁଆ ଜନ୍ମ ପରେ ସିଂହଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version