Latest

ନାଗରତ୍ନା ହୋଇ ପାରନ୍ତି ଦେଶର ପ୍ରଥମ ମହିଳା ବିଚାରପତି

Posted on

ନୂଆଦିଲ୍ଲୀ: ସ୍ବାଧୀନ ଭାରତରେ ମହିଳାମାନଙ୍କୁ ବେଶ ଗୁରୁତ୍ତ୍ବ ଦିଆ ଯାଉଛି । ଏପରିକି ଦେଶର ପ୍ରମୁଖ ପଦପଦବୀରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତୀୟ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଭାବେ ମହିଳାଙ୍କୁ କେବେ ଦେଖିନାହାନ୍ତି ଦେଶବାସୀ । ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଦେଶ ତାର ପ୍ରଥମ ମହିଳା ବିଚାରପତିଙ୍କୁ ଦେଖିବାକୁ ଯାଉଛି । ଏଥିପାଇଁ ଆଗାମୀ ମୁଖ୍ୟ ବିଚାରପତି ପାଇଁ ସୁପ୍ରିମକୋର୍ଟ କଲିଜିଏମ ୯ ବିଚାରପତିଙ୍କ ନାଁ ସୁପାରିଶ କରିଛି । ଏହା ମଧ୍ୟରେ ମହିଳା ବିଚାରପତି ବିବି ନାଗରତ୍ନାଙ୍କ ନାଁ ସାମିଲ ରହିଛି ।

କଲିଜିଏମ ଦ୍ବାରା ପ୍ରସ୍ତାବ ଦିଆଯାଇଥିବା ବିବି ନାଗରତ୍ନା ହେଉଛନ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି । ନାଗରତ୍ନାଙ୍କର ଯଦି ପଦୋନ୍ନତି ହୁଏ ତେବେ ଆସନ୍ତା ୨୦୨୭ ମସିହାରେ ଭାରତର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଆସନରେ ବସିବେ। ନାଗରତ୍ନାଙ୍କୁ ୨୦୦୮ ମସିହାରେ ହାଇକୋର୍ଟର ସହକାରୀ ବିଚାରପତି ଓ ପରେ ୨୦୧୦ ମସିହାରେ ସ୍ଥାୟୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା ।

ଖବର ଅନୁଯାୟୀ, କଲିଜିୟମ ଦ୍ୱାରା ଅନୁମୋଦିତ ଅନ୍ୟ ନାମ ଗୁଡ଼କ ମଧ୍ୟରେ ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ବେଲା ତ୍ରିବେଦୀ ନାମକ ଅନ୍ୟ ଦୁଇଜଣ ମହିଳା ବିଚାରପତି ଅଛନ୍ତି। ଜଷ୍ଟିସ ହିମା କୋହଲି ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ଏବଂ ଜଷ୍ଟିସ ବେଲା ତ୍ରିବେଦୀ ଗୁଜୁରାଟ ହାଇକୋର୍ଟର ବିଚାରପତି। ଏହି ନାମଗୁଡିକରେ ସୁପ୍ରିମକୋର୍ଟ ବାରରୁ ଜଣେ ନାମ ବରିଷ୍ଠ ଆଡଭୋକେଟ୍ ପିଏସ୍ ନରସିଂହଙ୍କର ମଧ୍ୟ ନାମ ରହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version