Latest
ଓଟିଟିରେ ଡେବ୍ୟୁ କରିବେ ବରୁଣ ଧଓ୍ଵନ୍ ପତ୍ନୀ ନତାଶା
ଖୁବ୍ଶୀଘ୍ର ନତାଶା ଦଲାଲ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଷ୍ଟାଇଲିସ୍ ହିରୋ ବରୁଣ ଧଓ୍ଵନ୍ଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ପତ୍ନୀ ନତାଶା ଦଲାଲ୍। ଷ୍ଟୁଡେଣ୍ଟ ଅଫ୍ ଦ ଇୟରରୁ ଡେବ୍ୟୁ କରିଥିବା ବରୁଣ ଧଓ୍ଵନ୍ ଏବେ ବଲିଉଡ୍ର ଜଣେ ଜଣାଶୁଣା କଳାକାର। ତାଙ୍କ ଫିଲ୍ମକୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି।
ନତାଶାଙ୍କ କହିବାନୁସାରେ, ଡେବ୍ୟୁ କରିବା ପାଇଁ ଏହାଠାରୁ ଭଲ ସୁଯୋଗ ଆଉ କିଛି ନାହିଁ। ଏହି ଶୋ’ରେ ନତାଶା ଆଉଟ୍ ଫିଟ୍ ଡିଜାଇନ୍ କରୁଥିବାର ନଜର ଆସିବେ। ଏହି ଶୋ’ରେ ନତାଶାଙ୍କ ୱେଡିଂ କଲେକସନ୍ ମଧ୍ୟ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ ନତାଶା ଦଲାଲ ଜଣେ ଜଣାଶୁଣା ଫ୍ୟାଶନ୍ ଡିଜାଇନର। ନିଜ ବିବାହ ଆଉଟ୍ ଫିଟ୍ ମଧ୍ୟ ସେ ନିଜେ ହିଁ ଡିଜାଇନ୍ କରିଥିଲେ।
ରିପୋର୍ଟ ମୁତାବକ, ନତାଶା ଦଲାଲ ଓଟିଟିର ଏକ ଶୋ’ରେ ଅଭିନୟ କରିବେ। ଏହି ଶୋ’ର ନାଁ Say Yes to the dress india। ଏହି ଶୋ’ ଡିସ୍କଭରିରେ ପ୍ରଦର୍ଶିତ ହେବ। ଏହି ଶୋ’ ଏକ ଡିଜାଇନିଂ ବେସ୍ଡ ଶୋ’। ନତାଶା ଦଲାଲ ମଧ୍ୟ ଜଣେ ଫ୍ୟାସନ୍ ଡିଜାଇନର ହୋଇଥିବାରୁ ସେ ଏଥିପାଇଁ ହଁ ଭରିଛନ୍ତି।