Latest

ପୁଣି ଥରେ ଫେରିଲା ନାଇଟ କର୍ଫ୍ୟୁ, ରାତି ୯ରୁ ଭୋର ୫ ପର୍ଯ୍ୟନ୍ତ କର୍ଫ୍ୟୁ

Posted on

ଭୁବନେଶ୍ବର(ଓଡ଼ିଶା ୱେୟାର) : ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ; ସର୍ବାଧିକ ୫ ଜଣ ଗ୍ରାହକ ରହିବେ ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ । ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ। ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିପାରିବ- SRC । ନନ୍ଦନକାନନ ସ୍ଥାନରେ କ୍ୟୁରେ ଟିକେଟ, ଭିଡ଼ କରିବେନି । ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ । ପୁଣି ଥରେ ଫେରିଲା ନାଇଟ କର୍ଫ୍ୟୁ। ଏନେଇ ଆଜି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଘୋଷଣା କରିଛନ୍ତି। ରାଜ୍ୟରେ କୋରୋନା ତଥା କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ନାଇଟ କର୍ଫ୍ୟୁକୁ ଲାଗୁ କରାଯାଇଥିବା ନେଇ ସଚିବ ପ୍ରକାଶ କରିଛନ୍ତି। ରାତି ୯ଟାରୁ ପୁନର୍ବାର ସହରରେ ଲାଗୁ ହେବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି।

ଶ୍ରୀ ଜେନା କୋରୋନା କଟକଣା ନେଇ କହିଛନ୍ତି କି ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେବ । ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି। ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ। ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ କିନ୍ତୁ କ୍ଲାସ ବନ୍ଦ ରହିବ। ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ। କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ। ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ ବୋଲି ସେ କହିଛନ୍ତି।

ହାଟ, ବଜାରରେ ଭିଡ଼ ହ୍ରାସ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ। ୭ ଦିନ ଯାଏ ବନ୍ଦ କରାଯିବ। ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି। ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାକୁ ଅନୁମତି। ପର୍ଯ୍ୟଟନ ସ୍ଥାନରେ ପିକନିକ ସଂପୂର୍ଣ୍ଣ ବାରଣ କରାଯାଇଛି। କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି। ସ୍କୁଲ, କଲେଜ ପିକନିକ୍, ଏସ୍କର୍ସନ ସଂପୂର୍ଣ୍ଣ ଭାବେ ବାରଣ। ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା। ୫୦ ପ୍ରତିଶତ କ୍ଷମତାରେ ହୋଟେଲ ଚାଲିବ। ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ; ସର୍ବାଧିକ ୫ ଜଣ ଗ୍ରାହକ ରହିବେ। ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ। ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିପାରିବ। ନନ୍ଦନକାନନ ଆ ସ୍ଥାନରେ କ୍ୟୁରେ ଟିକେଟ, ଭିଡ଼ କରିବେନି। ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version