Latest

ଅଣସବସିଡି ସିଲିଣ୍ଡର ୧୦୦ଟଙ୍କା ଶସ୍ତା

Posted on

ନୂଆଦିଲ୍ଲୀ:ଅଣସବସିଡି ଘରୋଇ ଏଲପିଜି ସିଲିଣ୍ଡର ଦର ୧୦୦.୫୦ଟଙ୍କା ଶସ୍ତା ହୋଇଛି। ଏହି ନୂଆ ଦର ଜୁଲାଇ ପହିଲାରୁ ଲଗୁ ହେବ।ଦିଲ୍ଲୀରେ ଏହି ସଂଶୋଧିତ ଦର ସିଲିଣ୍ଡର ପିଛା ୬୩୭ଟଙ୍କା ହେବ। ତୈଳ କମ୍ପାନୀଗୁଡ଼ିକ ଏହି ସୂଚନା ଦେଇଛନ୍ତି।
ଅଣସବସିିଡିଯୁକ୍ତ ଘରୋଇ ସିଲିଣ୍ଡରର ବଜାର ଦରରେ ହ୍ରାସ ଆସିଥିବା ଯୋଗୁ ସବସିଡିଯୁକ୍ତ ଘରୋଇ ସିଲିଣ୍ଡର ପାଇଁ ମଧ୍ୟ ରିଫିଲ୍ ନେବା ସମୟରେ ୧୦୦.୫୦ଟଙ୍କା କମ୍ ଦେବାକୁ ପଡ଼ିବ। ଘରୋଇ ଉପଭୋକ୍ତାଙ୍କୁ ଜୁଲାଇ ପହିଲାରୁ ସବସିିଡିଯୁକ୍ତ ସିଲିଣ୍ଡର ପିଛା ୭୩୭.୫୦ଟଙ୍କା ପରିବର୍ତ୍ତେ ୬୩୭ଟଙ୍କା ଦେବାକୁ ପଡ଼ିବ। ସାର୍ବଜନୀନ କ୍ଷେତ୍ରର କମ୍ପାନୀ ଇଣ୍ଡିଆନ ଅଏଲ୍ କର୍ପୋରେସନ ରବିବାର ଏହି ସୂଚନା ଦେଇଛି। ଆନ୍ତର୍ଜାତିକ ବଜାରରେ ଦର ହ୍ରାସ ଓ ଡଲାର-ଟଙ୍କା ବିନିମୟ ଦରରେ ପରିବର୍ତ୍ତନ ଯୋଗୁ ଏଲପିଜି ସିଲିଣ୍ଡର(୧୪.୨ କିଲୋ) ଦାମରେ ହ୍ରାସ ଆସିଛି। ନୂଆ ଦର ଜୁଲାଇ ପହିଲାରୁ ପ୍ରଭାବୀ ହେବ। ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ରିଫିଲ ନେବା ସମୟରେ ବଜାର ଦରରେ ପୈଠ କରିବାକୁ ପଡ଼ିଥାଏ। ତେବେ ଏହି ସଂଶୋଧିତ ଦର ପରେ ଜୁଲାଇ ପହିଲାରୁ ଖାଉଟିଙ୍କୁ ୧୪୨.୬୫ଟଙ୍କା ସବସିଡି ରାଶି ମିଳିବ। ସବସିଡିଯୁକ୍ତ ସିଲିଣ୍ଡରର ଦର ୪୯୪.୩୫ଟଙ୍କ ହେବ।

Leave a Reply

Your email address will not be published. Required fields are marked *

Most Popular

Exit mobile version