Latest

ଏବେ ତୃତୀୟ ବିଶ୍ୱଯୁଦ୍ଧ ହିଁ ବିକଳ୍ପ: ବାଇଡେନ୍

Posted on

ନୂଆଦିଲ୍ଲୀ : ଲଗାତାର ଚତୁର୍ଥ ଦିନରେ ବି ୟୁକ୍ରେନରେ ଯୁଦ୍ଧ ଜାରିରହିଛି। ୟୁକ୍ରେନ ସେନାଙ୍କ ଅବସ୍ଥା ଆହୁରି ଖରାପ ହୋଯାଛି। ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କି ସେମାନଙ୍କ ସାହାଯ୍ୟ ପାଇଁ ୟୁକ୍ରେନବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଆମେ କିଭ୍ ଏବଂ ସହରର ପ୍ରମୁଖ ଜାଗା ଗୁଡିକୁ ନିୟନ୍ତ୍ରଣ କରୁଛୁ। ଯେଉଁମାନେ ଆମକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ ଅସ୍ତ୍ର ମଧ୍ୟ ଦେବୁ। ଆମକୁ ଏହି ଯୁଦ୍ଧ ବନ୍ଦ କରିବାକୁ ହେବ।
ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ବଡ଼ ବୟାନ ସାମନାକୁ ଆସିଛି । ସେ କହିଛନ୍ତି ଯେ, ଏହି ସବୁ ପ୍ରତିବନ୍ଧକର ଏକ ମାତ୍ର ବିକଳ୍ପ ହେଉଛି ତୃତୀୟ ବିଶ୍ୱଯୁଦ୍ଧ । ଏକ ଇଣ୍ଟରଭିୟୁରେ ବାଇଡେନ୍ କହିଛନ୍ତି ଯେ, ରୁଷ ବିରୋଧରେ ଯୁଦ୍ଧ ଲଢ଼ିବା ଦରକାର । ଏହାହିଁ ଏକମାତ୍ର ବିକଳ୍ପ। ନଚେତ୍ ଆଉ ଏକ ବିକଳ୍ପ ହେଉଛି ଯେଉଁ ଦେଶ ଗୁଡ଼ିକ ଅନ୍ତରାଷ୍ଟ୍ରୀୟ କାନୁନର ବୀପରିତ କାମ କରୁଛନ୍ତି ଏଥିପାଇଁ ସେମାନଙ୍କୁ ଉଚିତ୍ ଶିକ୍ଷା ଦିଆଯାଉ। ମୋତେ ଲାଗୁଛି ଏହି ଆର୍ଥିକ ଏବଂ ରାଜନୈତିକ ପ୍ରତିବନ୍ଧକ ଇତିହାସର ସବୁଠାରୁ ବଡ଼ ପ୍ରତିବନ୍ଧକ ହେବ। ଏହା ସହ ସେ କହିଛନ୍ତି ଯେ, ଯେଉଁ ଦେଶ ଅନ୍ତରାଷ୍ଟ୍ରୀୟ ଆଇନ୍ କୁ ପାଳନ କରୁନାହାନ୍ତି ସେମାନଙ୍କୁ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ।
ତେବେ ଚତୁର୍ଥ ଦିନ ଅର୍ଥାତ୍ ଆଜି ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଆଜି ରୁଷ ସେନା ମାନେ ଏକ ବଡ଼ ଧରଣର ଧମାକା କରିଛନ୍ତି । ଦ୍ୱିତୀୟ ସବୁଠୁ ବଡ଼ ସହର ଖାରକିଭ୍ ରେ ଥିବା ଗ୍ୟାସପାଇପ୍ ଲାଇନ୍ କୁ ଉଡାଇ ଦେଇଛନ୍ତି । ଯାହାର ପରିଣାମସ୍ୱରୂପ ଚାରିପଟେ ଧୂଆ ବ୍ୟାପିଯାଇଛି । ପରିବେଶ ସମ୍ପୂର୍ଣ୍ଣ ଭାବରେ ଦୂଷିତ ହୋଇଯାଇଛି । ଲୋକଙ୍କ ନିଶ୍ୱାସ ନେବାରେ ସମସ୍ୟା ଅନୂଭବ କରୁଛନ୍ତି । ବିଷାକ୍ତ ଧୂଆଁ ବ୍ୟାପିବା କାରଣରୁ ନାଗରିକ ମାନେ ଏବେ ଗଭୀର ସଙ୍କଟ ଦେଇ ଗତି କରୁଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version