Latest

ମା’ ହେଲେ ନୁସରତ୍

Posted on

କୋଲକାତା: ମା’ ହେଲେ ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ସେ ଆଜି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ରହିଛି। ଗତକାଲି ନୁସରତଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲ ନେଇ ଆସିଥିଲେ।
ପୁତ୍ର ସନ୍ତାନକୁ ଜନ୍ମ ଦେବା ପୂର୍ବରୁ ନୁସରତ ତାଙ୍କର ଏକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଥିଲେ। ଏଥିରେ କ୍ୟାପସନ ଦେଇଥିଲେ- Faith Over Fear। ଏବେ ସେ ମା’ ହେବା ପରେ ତାଙ୍କ ପାଖକୁ ରାଜନୀତି ଜଗତ ଠାରୁ ଆରମ୍ଭ କରି ଫିଲ୍ମ ଜଗତ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
ସୂଚନା ମୁତାବକ ନୁସରତଙ୍କ ପ୍ରେଗ୍‌ନାନ୍ସିକୁ ନେଇ ବିବାଦ ଉଠିଥିଲା। ଅନେକ ଦିନ ଧରି ନୁସରତ ଗର୍ଭବତୀ ଥିବା ଖବର ଶୁଣିବାକୁ ମିଳିବା ପରେ ନୁସରତ ନିଜେ ବେବି ବମ୍ପକୁ ଦେଖାଇ ଏକ ଫଟୋ ଶେଆର କରିଥିଲେ। ପରେ ଏହି ଫଟୋ ଭାଇରାଲ ହୋଇଥିଲା। ଏହାପରେ ସେ ଗର୍ଭବତୀ ଥିବା ନେଇ ଖୁଲାସା ହୋଇଥିଲା। ସେପଟେ ଏହି ସମୟରେ ନିଖିଲ ଜୈନଙ୍କ ସହ ତାଙ୍କ ବିବାହକୁ ନେଇ ମଧ୍ୟ ଅନେକ ବିବାଦ ଉଠିଥିଲା। ଏପରିକି ସଂସଦ ଯାଏ ମଧ୍ୟ କଥା ଯାଇଥିଲା।
ସୂଚନା ମୁତାବକ ୨୦୧୯ରେ ନୁସରତ ଏବଂ ନିଖିଲଙ୍କ ତୁର୍କୀରେ ବିବାହ ହୋଇଥିଲା। ତେବେ ବିବାହର କିଛି ଦିନ ପରେ ନିଖିଲ ଏବଂ ନୁସରତଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରେ ୨୦୨୧ରେ ଉଭୟ ଅଲଗା ହୋଇ ରହିଥିଲେ। ନିଖିଲ ଏବଂ ନୁସରତ ଏଯାଏଁ ଛାଡପତ୍ର ନେଇନଥିଲେ ସୁଦ୍ଧା ଆଉ ଏକାଠି ରହୁନାହାନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version