Latest

ସୁଲାତାନପୁର ଲୋଧିଠାରେ ଗୁରୁନାନକ ଜୟନ୍ତୀରେ ଯୋଗଦେଲେ ବାଚସ୍ପତି

ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ପଞ୍ଜାବର ସୁଲତାନପୁର ଲୋଧିଠାରେ ମହାନ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ପର୍ବ)ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ପଞ୍ଜାବର ସୁଲତାନପୁର ଲୋଧିଠାରେ ମହାନ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ପର୍ବ)ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।
ଏହି ଉପଲକ୍ଷେ ଐତିହାସିକ ବେର୍‌ସାହିବ୍‌ ଗୁରୁଦ୍ୱାରଠାରେ ଆୟୋଜିତ ସଭାରେ ଯୋଗଦେଇ ଡ. ପାତ୍ର କହିଥିଲେ ଯେ ଗୁରୁନାନକ ଦେବ ସୁଲତାନପୁର ଲୋଧିଠାରେ ୧୪ ବର୍ଷ ବିତାଇଥିଲେ। ସେ ପ୍ରତ୍ୟହ ପବିତ୍ର କାଲିବେନ୍‌ ନଦୀରେ ସ୍ନାନ କରି ବେର୍‌ ଗଛମୂଳରେ ଧ୍ୟାନ କରୁଥିଲେ। ପ୍ରଥମ ସ୍ନାନ ପରେ ତାଙ୍କର ଦିବ୍ୟଜ୍ଞାନ ପ୍ରାପ୍ତି ହୋଇଥିଲା। ସେ ଆହୁରି କହିଥିଲେ ଯେ ଗୁରୁନାନକଙ୍କ ମତରେ କେବଳ ଜଣେ ଈଶ୍ୱର ଅଛନ୍ତି ଓ ସେ ହେଉଛନ୍ତି ସତ୍ୟ। ସେ ପ୍ରଥମ ଶିଖ୍‌ଗୁରୁଙ୍କର ଜୟନ୍ତୀରେ ଯୋଗଦେଇ ନିଜକୁ ଗର୍ବିତ ମନେ କରୁଛନ୍ତି। ଗୁରୁନାନକ ଦେବ ଧାର୍ମିକ ସୁଧାର ଓ ସଂସ୍କାର ଆଣିଥିଲେ ଏବଂ ମାନବଠାରେ ଥିବା ଲୁକାୟିତ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ କରିଥିଲେ। ସେ ଥିଲେ ଅସାମାନ୍ୟ ସାଧୁ। ବର୍ତ୍ତମାନ ମଧ୍ୟ ତାଙ୍କ ବାଣୀର ପ୍ରସଙ୍ଗିକତା ରହିଛି ବୋଲି ବାଚସ୍ପତି ଡ. ପାତ୍ର କହିଥିଲେ।
ଏହି ଅବସରରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧ କମିଟିର ଅଧ୍ୟକ୍ଷ ଗୋବିନ୍ଦ ସିଂହ ଲଙ୍ଗ୍‌ୱାଲ୍‌ ଓ ପୂର୍ବତନ ଅଧ୍ୟକ୍ଷା ବିବି ଜାଗିର୍‌ କୌର୍‌ଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version