ରାଜ୍ୟ
ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟିତ
ଭୁବନେଶ୍ୱର:ଚେନ୍ନାଇରେ ନବନିର୍ମିତ ଓଡ଼ିଶା ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ୍ , ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ.ପାଣ୍ଡିଆନ,ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତାମିଲନାଡୁ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ରାଜକୁମାର ପ୍ରତିନିଧିତ୍ୱ କରିଥିଲେ ।
୨୦୧୨ ମସିହା ମେ’ ୧୧ ତାରିଖରେ ଏହି ଓଡ଼ିଶା ଭବନର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା।ଓଡ଼ିଶା ସରକାରଙ୍କ ଅନୁରୋଧ ରକ୍ଷା କରି ତତକାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହି ଓଡ଼ିଶା ଭବନ ପାଇଁ ଜମି ଯୋଗାଇ ଦେଇଥିଲେ।
ଏହି ଭବନ ନିର୍ମାଣ ପାଇଁ ୨୨କୋଟି ଟଙ୍କା ବ୍ୟୟ ହୋଇଛି । ଦିଲ୍ଲୀ, କୋଲାକାତା, ମୁମ୍ବାଇ ପରେ ଚେନ୍ନାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଭବନ କାର୍ଯ୍ୟକ୍ଷମ ହୋଇଛି।