ରାଜ୍ୟ

କେରଳ ବନ୍ୟା: ୧୦ କୋଟି ଟଙ୍କାର ରିଲିଫ୍ ଦେଲା ଓଡ଼ିଶା

Posted on

ଭୁବନେଶ୍ୱର : କେରଳରେ ଭୟାବହ ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ଓଡ଼ିଶା ସରକାର ଆଜି ଅତିରିକ୍ତ ୫ କୋଟି ଟଙ୍କାର ସହାୟତା ଓ ୫୦୦ ମେଟ୍ରିକ ଟନ୍ ପଲିଥିନ୍ ସିଟର ରିଲିଫ୍ ଘୋଷଣା କରିଛନ୍ତି। ଗତ ୪ଦିନ ପୂର୍ବରୁ ଓଡ଼ିଶା ସରକାର ୫ କୋଟି ଟଙ୍କା ରିଲିଫ୍ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ କେରଳ ବନ୍ୟା ପ୍ରଭାବିତଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା କରାଯାଇଛି।ଏହାସହିତ ବନ୍ୟା ପ୍ରଭାବିତଙ୍କ ପାଇଁ ଓଡ଼ିଶା ସରକାର ୮କୋଟି ଟଙ୍କାର ୫୦୦ ମେଟ୍ରିକ୍ ଟନ୍ର ପଲିଥିନ ସିଟ(ଜରି ପାଲ) ମଧ୍ୟ ପଠାଇବେ। ଫଳରେ ଓଡ଼ିଶା ସରକାର ମୋଟ ୧୦କୋଟି ଟଙ୍କାର ଆର୍ଥିକ ସହାୟତା ସହ ୫୦୦ ଟନ୍ର ଜରିପାଲ ପଠାଇବ। ଏହି ରିଲିଫ୍ ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ ଲୋକଙ୍କୁ କିଭଳି ପ୍ରଭାବିତ କରେ ତାହା ଓଡ଼ିଶା ଅଙ୍ଗେ ନିଭାଇଛି । କେରଳ ବନ୍ୟା ପ୍ରଭାବିତଙ୍କ ଏଭଳି ଦୁର୍ଗତି ସମୟରେ ସେମାନଙ୍କ ସହ ଓଡ଼ିଶାର ଲୋକମାନେ ଅଛନ୍ତି କେରଳରେ ବନ୍ୟା ପ୍ରଭାବିତ ଓଡ଼ିଆ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ କେରଳ ପ୍ରଶାସନ ସହ ଯୋଗସୂତ୍ରରେ ରହିବା ପାଇଁ ମଧ୍ୟ ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେରଳରେ ବନ୍ୟା ପ୍ରଭାବିତଙ୍କ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ସରକାର ଗତ ଦୁଇଦିନ ତଳେ ୨୪୪ ଅଗ୍ନିଶମ ସେବା କର୍ମଚାରୀଙ୍କ ଟିମ୍ ଓ ୬୫ଟି ପାୱାର ବୋଟ୍ ପଠାଇ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version