Latest

ଓଡ଼ିଶାରେ ଲିଚୁ ନମୂନା ସଂଗ୍ରହ ପାଇଁ ନିର୍ଦ୍ଦେଶ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିହାରରେ ଇନସେଫେଲାଇଟିସରେ ଆକ୍ରାନ୍ତ ହୋଇ ଶତାଧିକ ଶିଶୁ ପ୍ରାଣ ହରାଇବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି।ବଜାରରେ ବିକ୍ରି ହେଉଥିବା ଲିଚୁ (ଲିଚି)କୁ ଖାଇବା ଯୋଗୁ ଏହି ମସ୍ତିଷ୍କଜନିତ ରୋଗରେ ପୀଡ଼ିତ ହୋଇ ଶିଶୁମାନେ ପ୍ରାଣ ହରାଉଥିବା ସନ୍ଦେହ କରି ରାଜ୍ୟ ସରକାର ଓଡ଼ିଶାରେ ଲିଚୁ ନମୂନା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଫୁଡ୍ ସେଫଟି କମିଶନରଙ୍କୁ ବଜାରରେ ବିକ୍ରି ହେଉଥିବା ଲିଚୁର ନମୂନା ସଂଗ୍ରହ କରି ସେଥିରେ ବିଷାକ୍ତ ଉପାଦାନ ରହିଛି କି ତାହା ପରୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିହାରରେ ଶତାଧିକ ଶିଶୁ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ ବଜାରରେ ବିକ୍ରି ହେଉଥିବା ବିଷାକ୍ତ କେମିକାଲଯୁକ୍ତ ଲିଚୁ ଖାଇ ଶିଶୁମାନେ ଏଭଳି ଅସମୟରେ ପ୍ରାଣ ହରାଉଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version