ରାଜ୍ୟ

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଫେରାଦ ହେଲା ଆଇଏଏସ୍ ସଂଘ

Posted on

ଭୁବନେଶ୍ୱର : ଏକ ସରକାରୀ କାର୍ଯ୍ୟକ୍ରମରେ ଆଇଏଏସ୍ ଅଫିସରଙ୍କୁ ବ୍ୟକ୍ତିଗତ ଆକ୍ଷେପ କରବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଜି ଆଇଏଏସ୍ ସଂଘ ଫେରାଦ ହୋଇଛି ।
ଆଇଏଏସ୍ ସଂଘ ସମ୍ପାଦକ ବିଶାଳ ଦେବଙ୍କ ନେତୃତ୍ୱରେ ଉଭୟ ଆଇଏଏସ୍ ଓ ଓଏଏସ୍ ସଂଘର କର୍ମକର୍ତାମାନେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମେ’ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ଏନଆଇସି ଜାତୀୟ ଡାଟା ସେଂଟର ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ଆଇଟି ସଚିବ ଏ.କେ.କେ ମୀନାଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ଆକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଏପରିକି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଶ୍ରୀ ମୀନାଙ୍କ ପ୍ରତି କେତେକ ମନ୍ତବ୍ୟ ଦେଇଥିଲେ । ଉଦଘାଟନ ଉତ୍ସବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ମୀନା ନିଜର କର୍ତବ୍ୟ ସମ୍ପାଦନ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ ଓ ଅପମାନିତ କରିଥିବାରୁ ସଂଘର କର୍ମକର୍ତାମାନେ ଏହାକୁ ନିନ୍ଦା କରିଛନ୍ତି । ଏହା ଦ୍ୱାରା ଅଫିସରମାନଙ୍କ ମନୋବଳ ପ୍ରଭାବିତ ହେଉଛି । ସାମ୍ବିଧାନିକ ମୂଲ୍ୟବୋଧ ମଧ୍ୟ ପ୍ରଭାବିତ ହେଉଛି ବୋଲି ଆଇଏଏସ୍ ସଂଘ ଦାବି କରିଛି । ଏଭଳି ଘଟଣା ଯେପରି ଭବିଷ୍ୟତରେ ନହେବ ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version