ରାଜ୍ୟ

ବିଧାନ ପରିଷଦ ଗଠନକୁ କ୍ୟାବିନେଟ ମଞ୍ଜୁରୀ

Posted on

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶାରେ ବିଧାନ ପରିଷଦ ଗଠନକୁ ମଞ୍ଜୁରୀ ମିଳିଛି। ଏହାସହିତ ଅନ୍ୟ ୭ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ,ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାଵକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ ଏନେଇ ସଂକଳ୍ପ ପ୍ରସ୍ତାବ ଆସିବ। ଏଥିରେ ମୋଟ ୪୯ ସଦସ୍ୟ ରହିବେ। ସେମାନଙ୍କୁ ବିଧାୟକଙ୍କ ଭଳି ସୁବିଧା ସୁଯୋଗ ମିଳିବ। ବାର୍ଷିକ ମୋଟ ୩୫ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ। ତେବେ ବିଧାନସଭାରେ ସଂକଳ୍ପ ଗୃହୀତ ପରେ ତାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ ସଂସଦରେ ଏକ ନେଇ ଆଇନ ଗୃହୀତ ହେବ।

ସେହିପରି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କଳିଙ୍ଗ ସାଥୀ ଋଣକୁ ଅଧିକ ସରଳ କରାଯାଇଛି। ଏଣିକି ସବୁ ପ୍ରଫେସନାଲ କୋର୍ସ ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଋଣ ସୁଝିବା ଅବଧିକୁ ୧୫ଵର୍ଷକୁ ବୃଦ୍ଧି କରାଯାଇଛି।

ସେହିପରି ଡାକ୍ତର ଅଭାବ ଦୂର କରିବା ପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିଯୁକ୍ତି ରୁଲସ୍ -୨୦୧୮କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ୩ଟି ନୂଆ ବର୍ଗ ଯଥା-ସ୍ପେଶାଲିଷ୍ଟ, ପବ୍ଲିକ୍ ହେଲ୍ଥ ଓ ଜେନେରାଲ ଡ୍ୟୁଟିରେ ଡାକ୍ତରମାନଙ୍କୁ ସାମିଲ କରାଯିବ। ଏଣିକି ଡାକ୍ତର ନିଯୁକ୍ତି ପାଇଁ ଅନଲାଇନରେ ଲିଖିତ ପରୀକ୍ଷା ହେବ ଓ ଏହା ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେବ। ଆଉ କ୍ୟାରିୟର ମାର୍କିଂ ଓ ସାକ୍ଷାତକାର ବ୍ୟବସ୍ଥା ରହିବ ନାହିଁ । ଯେଉଁମାନେ ଆଡହକ୍ ଡାକ୍ତର ଭାବେ କାର୍ଯ୍ୟ କରୁଥିବେ ସେମାନଙ୍କୁ ଏହି ପରୀକ୍ଷାରେ ସର୍ବାଧିକ ୧୫% ମାର୍କ(ବର୍ଷକୁ ୩%) ଲେଖାରେ କୋହଳତା ପ୍ରଦାନ କରାଯିବ।
ସେହିପରି ଓଡ଼ିଶା ବିହାର ତୀର୍ଥ ସ୍ଥଳ ଆଇନ୍-୧୯୨୦କୁ ଉଚ୍ଛେଦ କରାଯାଉଛି। ଯାହାର ପ୍ରାସଗଂକିତା ଏବେ ଆଉ ନାହିଁ।
ଓଡ଼ିଶା ଅବକାରୀ ସେବା ନିୟମ-୨୦୦୨ର ପୁନଃ ସଂଶୋଧନ କରାଯାଇ ସମସ୍ତ ୩୧ଟି ଅବକାରୀ ଅଧିକ୍ଷକ ପଦବୀରେ ଏଣିକି ଅବକାରୀ ସେବା ଅଧିକାରୀମାନଙ୍କୁ ହିଁ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version