Latest

ବିଶ୍ୱର ପ୍ରଥମ ମୁଣ୍ଡ ନେଲା ଓମିକ୍ରନ୍‌

Posted on

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି। ବିଶ୍ୱର ବିଭନ୍ନ ଦେଶକୁ ଏବେ ଏହା ବ୍ୟାପି ଯାଇଥିବା ବେଳେ ବ୍ରିଟେନ୍ ମଧ୍ୟ ଏହାରି ଭିତରେ ସାମିଲ୍‌ ରହିଛି । କିନ୍ତୁ ଆଜି ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ହୋଇଛି । ଏନେଇ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ସୂଚନା ଦେଇଛନ୍ତି । ଓମିକ୍ରନ ଭାଇରସରେ ଅଧିକ ସଂକ୍ରମିତ ହୋଇଥିଲେ ବି ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନଥିବାବେଳେ ବ୍ରିଟେନ୍‌ରେ ପ୍ରଥମ ମୁଣ୍ଡ ନେଇଛି ଏହି ନୂଆ ଭାରିଆଣ୍ଟ । ଦେଶରେ ଜଣେ ଓମିକ୍ରନ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version